ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ଗଣଦୌଡ଼
ପଟ୍ଟାମୁଣ୍ଡାଇ , 31 ଅକ୍ଟୋବର (ହି.ସ.)ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ପଟ୍ଟାମୁଣ୍ଡାଇରେ ଏକ ଆକର୍ଷଣୀୟ ଗଣଦୌଡ଼ ଆୟୋଜିତ ହୋଇଛି। ଏହି ଗଣଦୌଡ଼ରେ ବିଭିନ୍ନ ସ୍କୁଲ୍ ଓ କଲେଜର ଛାତ୍ରଛାତ୍ରୀଙ୍କ ସମେତ ସାମାଜିକ ସଂଗଠନର କର୍ମକର୍ତ୍ତା ଓ ସାମ୍ବାଦିକ ସାମିଲ ହୋଇଥିଲେ। ଜାତ
Ganadouda


ପଟ୍ଟାମୁଣ୍ଡାଇ , 31 ଅକ୍ଟୋବର (ହି.ସ.)ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ପଟ୍ଟାମୁଣ୍ଡାଇରେ ଏକ ଆକର୍ଷଣୀୟ ଗଣଦୌଡ଼ ଆୟୋଜିତ ହୋଇଛି। ଏହି ଗଣଦୌଡ଼ରେ ବିଭିନ୍ନ ସ୍କୁଲ୍ ଓ କଲେଜର ଛାତ୍ରଛାତ୍ରୀଙ୍କ ସମେତ ସାମାଜିକ ସଂଗଠନର କର୍ମକର୍ତ୍ତା ଓ ସାମ୍ବାଦିକ ସାମିଲ ହୋଇଥିଲେ। ଜାତୀୟ ଏକତାର ବାର୍ତ୍ତା ନେଇ ଆଗକୁ ବଢ଼ିଥିଲା ଏହି ଗଣଦୌଡ଼।ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ଆଇଆଇସି ଶ୍ରୀଯୁକ୍ତ ମାନସ ରଞ୍ଜନ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଏହି ଗଣଦୌଡ଼ର ଆୟୋଜନ କରାଯାଇଥିଲା। ପଟ୍ଟାମୁଣ୍ଡାଇ ବାଇପାସ୍ସ୍ଥିତ ଆମ୍ବେଦକର ଛକରୁ ଗଣଦୌଡ଼କୁ ଆଦର୍ଶ ଥାନାର ଆଇଆଇସି ମାନସ ରଞ୍ଜନ ମଲ୍ଲିକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେl ଆମ୍ବେଦକର ଛକରୁ ଆରମ୍ଭ ହୋଇଥିବା ଏହି ଗଣଦୌଡ଼ ପଟ୍ଟାମୁଣ୍ଡାଇ ଶିଶୁ ମନ୍ଦିର ପଡ଼ିଆରେ ଶେଷ ହୋଇଥିଲା। ଗଣଦୌଡ଼ ଶେଷରେ ଆଦର୍ଶ ଥାନାର ଆଇଆଇସି ମାନସ ରଞ୍ଜନ ମଲ୍ଲିକ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରିଥିଲେ। ସବ ଇନ୍ସପେକ୍ଟର ସୁମନ୍ତ ସେଠି, ଜ୍ୟୋତି ବୋଷ, ବିନୋଦ ବିହାରୀ ଦାସ, ସରୋଜ ସ୍ୱାଇଁ, ତାପସ ରାଉତ, ଶଶାଙ୍କ ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ l ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନୀ ଓ ଆଦର୍ଶକୁ ସ୍ମରଣ କରିବା ସହ ଜାତୀୟ ଏକତାର ବାର୍ତ୍ତା ପ୍ରସାର କରିବା ଥିଲା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ।

---------------

ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ


 rajesh pande