ତିହିଡି ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି - ୨୦୨୬ ଉଦଯାପିତ, ଲୁକ୍କାୟିତ ପ୍ରତିଭା ବିକାଶରେ ସହାୟକ ହୋଇଥାଏ ସୁରଭି
ଭଦ୍ରକ, ୩୧ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୬ ଶୁକ୍ରବାର ବୋଡ଼କ ପଂଚାୟତସ୍ଥିତ ନାୟକାଣୀ ଉଚ୍ଚ ମାଧ୍ୟମିକ ସ୍କୁଲ ପରିସରରେ ଉଦଯାପିତ ହୋଇଯାଇଛି। ଏହି ମହୋତ୍ସବର ଉଦଘାଟନୀ ସଭାରେ ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ ପୌରୋହିତ୍ୟ କରିଥିଲେ । ଏଥି
TIHIDI BLOCK LEVEL SURABHI


ଭଦ୍ରକ, ୩୧ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୬ ଶୁକ୍ରବାର ବୋଡ଼କ ପଂଚାୟତସ୍ଥିତ ନାୟକାଣୀ ଉଚ୍ଚ ମାଧ୍ୟମିକ ସ୍କୁଲ ପରିସରରେ ଉଦଯାପିତ ହୋଇଯାଇଛି। ଏହି ମହୋତ୍ସବର ଉଦଘାଟନୀ ସଭାରେ ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ ପୌରୋହିତ୍ୟ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ,ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ମନୋଜ କୁମାର ମହାପାତ୍ର,ସମ୍ମାନିତ ଅତିଥି ଭାବେ ଏବିଇଓ ଲଷ୍ମୀପ୍ରିୟା ମାଝୀ, ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷ ରମେଶ ଚନ୍ଦ୍ର ବେହେରା, ସରପଂଚ ସୁଭାସିନୀ ଜେନା, ଭାରପ୍ରାପ୍ତ ଏବିଇଓ ଗିରିଧାରୀ ଚାନ୍ଦ, ସୁରେନ୍ଦ୍ର ଧଳ, ସମିତିସଭ୍ୟ ଜୟପ୍ରକାଶ ମଲିକ, ସରପଂଚଙ୍କ ପ୍ରତିନିଧି ବିଷ୍ଣୁମୋହନ ଜେନା, ସିଆରସିସି ଭାଗିରଥି ତ୍ରିପାଠୀ ପ୍ରମୁଖ ଯୋଗଦେଇ ଦେଇଥିଲେ । ଶିକ୍ଷକ ମନ୍ମଥ ଦାସ ସଭାରେ ସଂଚାଳନ କରିଥିଲେ । ଶିକ୍ଷକ ସରୋଜ ଓଝା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ମହୋତ୍ସବରେ ୧୯ଟି କ୍ଲଷ୍ଟର ଅଧୀନ ୨୩୦ଟି ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏହିସବୁ କ୍ଲଷ୍ଟରରୁ ବ୍ଲକ ସ୍ତରକୁ ମନୋନୀତ ହୋଇଥିବା ବରିଷ୍ଠ ବର୍ଗ ଓ କନିଷ୍ଠ ବର୍ଗର ୩୯ଜଣ କୃତି ପ୍ରତିଯୋଗୀଙ୍କୁ ଜିଲାସ୍ତରକୁ ମନୋନୀତ କରାଯାଇଥିଲା । ବିଚାରକ ଭାବେ ନାଟ୍ୟ ନିର୍ଦ୍ଦେଶକ ଗୌରାଙ୍ଗ ଚନ୍ଦ୍ର ବାରିକ, ନାରାୟଣ ସାହୁ,ଜୟନ୍ତ କୁମାର ନାୟକ ଯୋଗଦେଇଥିଲେ । ଅପରାହ୍ନରେ ବିଇଓ ମଲିକଙ୍କ ପୌରହିତ୍ୟରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ଦେବାଶିଷ ନାୟକଙ୍କ ସଂଚାଳନରେ ଏହି ସଭାରେ ମୁଖ୍ୟ ଅତିଥିଭାବେ କଳିଙ୍ଗ ଟିଭି ସାମ୍ବାଦିକ ନରେନ୍ଦ୍ର ସାମଲ, ମୁଖ୍ୟବକ୍ତା ଭାବେ ପୂର୍ବତନ ସରପଂଚ ଶଶଧର ସାମଲ, ସାମ୍ନାନିତ ଅତିଥିଭାବେ ଏନପିଏସ ଶିକ୍ଷକ ସଂଘ ସମ୍ପାଦକ ପ୍ରଭାସ କୁମାର ପଣ୍ଡା,ଓଏଭି ଅଧ୍ୟକ୍ଷ ପ୍ରିୟରଞ୍ଜନ ଭାରତୀ, ଶିକ୍ଷକ ସଂଘ ସଂଗଠନ ସମ୍ପାଦକ ଶ୍ରୀନାଥ ମଲିକ, ଶଶିକାନ୍ତ ବେହେରା ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମାୟାଧର ସାହୁ, ସମ୍ପାଦକ ରମାକାନ୍ତ ଦାସ, କାର୍ଯ୍ୟକାରୀ ସମ୍ପାଦକ ବଂଶୀଧର ଦାସ, ଦେବାନନ୍ଦ ବିଶ୍ୱାଳ, ପରମେଶ୍ୱର ମଲିକ, ଦିଲୀପ କୁମାର ପଣ୍ଡା, ଆଲୋକ ମଲିକ,ସଂଜୀବ ମହାନ୍ତି,ସଞ୍ଜୟ ମହାଳିକ, ନିର୍ମଳ ଚନ୍ଦ୍ର ଦାସ,ପ୍ରଦୀପ ନାୟକ, ପ୍ରଧାନ ଶିକ୍ଷକ ସମରେନ୍ଦ୍ର ନାଥ ମିଶ୍ର,ଲଷ୍ମୀଧର ପତି, ଭକ୍ତବନ୍ଧୁ ପତି,ପୂର୍ବତନ ସଂଘ ସଭାପତି ଅକ୍ଷୟ କୁମାର ବାରିକ ସମେତ କେଶବ ଚନ୍ଦ୍ର ସାହୁ,ତ୍ରିନାଥ ସେଠୀ,ଦ୍ୱେବ୍ରତ ଶତପଥୀ,ଚନ୍ଦନ ପାତ୍ର ,ସସ୍ମିତା ମଞ୍ଜରୀ ନାୟକ,ଶି୍ୱବ୍ରତ ମିଶ୍ର,ଜନ୍ମେଜୟ ସାହୁ,ପ୍ରଭାକର ମଲ୍ଲିକ,ଭଗିରଥୀ ତ୍ରିପାଠୀ,ଚନ୍ଦ୍ର ଶେଖର ମୁଦୁଲି,ମାନସ କୁମାର ରାଉତ,ସୁଶାନ୍ତ କୁମାର ସାହୁ,ବିଭୂତି ଭୂଷଣ ରାଉତ,ରବିନ୍ଦ୍ର ମଲ୍ଲିକ, ଚନ୍ଦନ କୁମାର ମଲ୍ଲିକ,ଧୀରେନ କୁମାର ସାହୁ,ଲାଷ୍ମୀକାନ୍ତ ପରିଡା,ସତ୍ୟରଞ୍ଜନ ପାଣିଗ୍ରାହୀ,ଶନିଶ୍ଚର ମହାଳିକ ପ୍ରମୁଖ ବିଭିନ୍ନ କ୍ଳଷ୍ଟରର ସିଆରସିସି ଓ ଶିକ୍ଷକ, ଶିକ୍ଷୟତ୍ରୀ, ଶିକ୍ଷା କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande