ବ୍ରଜ ସୁନ୍ଦରଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା ଏବଂ ବୈଷ୍ଣବ ସେବା
କେନ୍ଦ୍ରାପଡ଼ା, ୩୧ ଅକ୍ଟୋବର(ହି.ସ.) – ଆଦର୍ଶ ଶିକ୍ଷକ ଦିବଂଗତ ବ୍ରଜ ସୁନ୍ଦର ଜେନାଙ୍କ ପୁଣ୍ୟ ଦ୍ୱାଦଶାହ ଉପଲକ୍ଷେ ତାଙ୍କ ଜନ୍ମସ୍ଥାନ ଡାଳିଜୀ ନିକଟସ୍ଥ ଅନୁଆପଡ଼ାର ମାତୃବାଟିକା ମଣ୍ଡପରେ ଶ୍ରଦ୍ଧାଞ୍ଜଳି ସଭା ଏବଂ ଭଜନ ସମାରୋହ ଯଥାବିଧି ଅନୁଷ୍ଠିତ ହୋଇଯାଇଛି। ଭାବଗ୍ରାହୀ କଳା ନିକେତନ ଓ ରେଡ଼ିଓ ଭାବଗ୍
ବ୍ରଜ ସୁନ୍ଦରଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା ଏବଂ ବୈଷ୍ଣବ ସେବା


କେନ୍ଦ୍ରାପଡ଼ା, ୩୧ ଅକ୍ଟୋବର(ହି.ସ.) – ଆଦର୍ଶ ଶିକ୍ଷକ ଦିବଂଗତ ବ୍ରଜ ସୁନ୍ଦର ଜେନାଙ୍କ ପୁଣ୍ୟ ଦ୍ୱାଦଶାହ ଉପଲକ୍ଷେ ତାଙ୍କ ଜନ୍ମସ୍ଥାନ ଡାଳିଜୀ ନିକଟସ୍ଥ ଅନୁଆପଡ଼ାର ମାତୃବାଟିକା ମଣ୍ଡପରେ ଶ୍ରଦ୍ଧାଞ୍ଜଳି ସଭା ଏବଂ ଭଜନ ସମାରୋହ ଯଥାବିଧି ଅନୁଷ୍ଠିତ ହୋଇଯାଇଛି। ଭାବଗ୍ରାହୀ କଳା ନିକେତନ ଓ ରେଡ଼ିଓ ଭାବଗ୍ରାହୀର ପ୍ରତିଷ୍ଠାତା ବିଶିଷ୍ଟ କଣ୍ଠଶିଳ୍ପୀ, ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା, ବୁଦ୍ଧିଜୀବୀ ଏବଂ ଶିକ୍ଷାବିତମାନେ ଉପସ୍ଥିତ ରହି ସ୍ୱର୍ଗତ ବ୍ରଜ ସୁନ୍ଦରଙ୍କ ଅମ୍ଳାନ ସ୍ମୃତି ଚାରଣ କରିବା ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପୁଣ୍ୟ ଚତୁର୍ଦ୍ଦଶାହରେ ତରାଣ୍ଡୋ ସ୍ଥିତ ବାସଭବନରେ ବୈଷ୍ଣବ ସେବା ଏବଂ ସତ୍ ସଙ୍ଗ ଯଥାବିଧି ଅନୁଷ୍ଠିତ ହୋଇଥିଲା। ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ ଆଧ୍ୟାତ୍ମିକ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥ, ମୁଖ୍ୟ ବକ୍ତା ଭାବେ ଫୋରଡ ୍ୱାୟା ଆଶ୍ରମର ମହନ୍ତ ହୃଷୀକେଶ ଦାସ ମହାରାଜ, ଦିବ୍ୟ ଜୀବନ ସଂଘ ଆଶ୍ରୀତ ନାରାୟଣ ସ୍ୱାମୀ, ଅନାଦି ବାବା, ପୀତାମ୍ବର ବାବା, ସୁଦାମାନନ୍ଦ ଦାଶ, ସୀତାକାନ୍ତ ଦାସ, ପଣ୍ଡିତ ପଦ୍ମନାଭ ଦାଶ, କବି ଅମର ପ୍ରସାଦ ରାଉତ, ଭୀମସେନ ପ୍ରଧାନ, ରଶ୍ମିତା ଖୁଂଟିଆ, ସୁଜାତା ନାୟକ, ହଳଧର ଜେନା ଶିଖା ସରିତା ଜେନା, ରିତୁ ଗୌତମୀ ରାଉତ୍ ପ୍ରମୁଖ ଉପସ୍ଥିତ ରହି ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ଜନ୍ମ ମୃତ୍ୟୁର ରହସ୍ୟ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ। ପ୍ରଥମେ ବ୍ରଜ ସୁନ୍ଦର ଜେନାଙ୍କ ଫଟୋ ଚିତ୍ରରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା। ପରେ ପରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଭାବଗ୍ରାହୀ କଳା ନିକେତନର ଛାତ୍ରୀ ହେନାଞ୍ଜଳି ଜେନା ବିମଳ ପରିଡ଼ାଙ୍କ ରଚନା ଓ ନିର୍ଦ୍ଦେଶନାରେ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ପରିବେଷଣ କରିଥିଲେ। ଆଧ୍ୟାତ୍ମିକ ଆଲୋଚନା ସ୍ଥଳରେ ବ୍ରଜ ସୁନ୍ଦରଙ୍କ ପତ୍ନୀ କାଂଚନ ବାଳା ନାୟକଙ୍କ ସମେତ ପୁତ୍ର ସୋନାଶିଷ ଜେନା, କନ୍ୟା ସୁଶ୍ରୀ ସଙ୍ଗୀତା ଜେନା, ଜ୍ୱାଇଁ ଇଂଜିନିୟର ବିଶ୍ୱଜିତ ପରିଡ଼ା, ରବୀନ୍ଦ୍ର ନାୟକ, ଜିତେନ୍ଦ୍ର କୁମାର ନାୟକ, ପ୍ରମିଳା ନାୟକ, ପ୍ରେମଲତା ନାୟକ, ନିରଞ୍ଜନ ଖୁଂଟିଆ, କୈଳାସ ଚନ୍ଦ୍ର ସ୍ୱାଇଁ, ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଶ୍ରୀମତୀ ଧୀରାମଣି ପରିଡ଼ା, ରଶ୍ମିରଞ୍ଜନ ଖୁଂଟିଆ, ଆଦ୍ୟାଶା ଖୁଂଟିଆ, ସଙ୍ଗୀତା ନାୟକ, ଅର୍ପିତା ଖୁଂଟିଆ, ବାବାଜୀ ପ୍ରଧାନ, ତୁଳସୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପ୍ରବଚକ ବିକ୍ରମ କେଶରୀ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande