ଗଞ୍ଜାମ ଜିଲ୍ଲାରେ ୩ ଯାଏଁ ସ୍କୁଲ ଛୁଟି
ଭୁବନେଶ୍ୱର,୩୧ ଅକ୍ଟୋବର (ହି.ସ.) - ଗଂଜାମ ଜିଲ୍ଲାରେ ଆସନ୍ତା ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରରେ ଛୁଟି ଘୋଷଣା କରାଯାଇଛି। ଏନେଇ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ପ୍ରବଳ ବର୍ଷା ସମ୍ଭାବନା ଓ ଛାତ୍
gtyj


ଭୁବନେଶ୍ୱର,୩୧ ଅକ୍ଟୋବର (ହି.ସ.) - ଗଂଜାମ ଜିଲ୍ଲାରେ ଆସନ୍ତା ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରରେ ଛୁଟି ଘୋଷଣା କରାଯାଇଛି। ଏନେଇ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ବିଜ୍ଞପ୍ତି ଅନୁଯାୟୀ ପ୍ରବଳ ବର୍ଷା ସମ୍ଭାବନା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ସମସ୍ତ ଅଙ୍ଗନୱାଡ଼ି, ସ୍କୁଲ, ଡିଗ୍ରୀ କଲେଜ, ବୈଷୟିକ ଅନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟ ୦୩.୧୧.୨୦୨୬ ପର୍ଯ୍ୟନ୍ତ ବନ୍ଦ ରହିବ। ତେବେ ଶିକ୍ଷକ ଓ କର୍ମଚାରୀ ନିଜ କାର୍ଯ୍ୟରେ ଉପସ୍ଥିତ ରହିବେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande