ନିମାପଡ଼ା ମହାବିଦ୍ୟାଳୟରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ
ପୁରୀ, ୩୧ ଅକ୍ଟୋବର (ହି.ସ.)- ପୁରୀ ଜିଲ୍ଲା ନିମାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ଆଭ୍ୟନ୍ତରିଣ ଗୁଣବତ୍ତା ସେଲ୍ ଓ ଜାତୀୟ ସେବା ଯୋଜନା ତଥା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମିଳିତ ସହଯୋଗରେ ୨୬ ତାରିଖରୁ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଶନିବାର ଶପଥ ପାଠ ସହ ଛାତ୍ର ଛାତ୍ରୀ ମା
ନିମାପଡ଼ା ମହାବିଦ୍ୟାଳୟ ରେ ଭିଜିଲାନ୍ସ ସପ୍ତାହ ପାଳିତ


ପୁରୀ, ୩୧ ଅକ୍ଟୋବର (ହି.ସ.)- ପୁରୀ ଜିଲ୍ଲା ନିମାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ଆଭ୍ୟନ୍ତରିଣ ଗୁଣବତ୍ତା ସେଲ୍ ଓ ଜାତୀୟ ସେବା ଯୋଜନା ତଥା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମିଳିତ ସହଯୋଗରେ ୨୬ ତାରିଖରୁ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଶନିବାର ଶପଥ ପାଠ ସହ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ରାଲି, କୁଇଜ୍ ତଥା ଅଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ମାନଙ୍କ ସହ୧୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରି ସାଧୁତାରୁ ସମୃଦ୍ଧି ସଂମ୍ବନ୍ଧରେ ଆଲୋକ ପାତ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ବିଭୂତି ଭୂଷଣ ସାମନ୍ତସିଂହାର, ସ୍ୱପ୍ନା ରାଣୀ ମିଶ୍ର, ଶିଳ୍ପିକା ମହାରଣା, ଦେବିଦତ୍ତ ବେହେରା, ପ୍ରବୀର କୁମାର ବେହେରା, ପ୍ରେମରାଜ ଗହୀର, ଡ. ବିଷ୍ଣୁପ୍ରସାଦ ସାହୁ ପ୍ରମୁଖ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande