
ଜୟପୁର, ୦୪ ଅକ୍ଟୋବର (ହି.ସ.) - କୋରାପୁଟ ଜିଲ୍ଲା ଜୟପୁରର ଏକ ହୋଟେଲ ରେ ବିଜେଡି ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।
ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସମସ୍ୟା ଓ ବିକାଶ ମୂଳକ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜୁ ଜନତା ଦଳର ନେତା । ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଜିଲ୍ଲାର ଗମନାଗମନ,ଜଳସେଚନ,ଜାତୀୟ ରାଜପଥ, ରାସ୍ତାଘାଟ, ସେବା ପେପର ମିଲ୍, ସ୍ୱାସ୍ଥ୍ୟ ସମସ୍ୟା ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଅବହେଳାକୁ ନିନ୍ଦା କରିଛି । ତୁରନ୍ତ ସମସ୍ୟାଗୁଡ଼ିକର ସମାଧାନ ନହେଲେ ଜିଲ୍ଲାବ୍ୟାପୀ ଚାଷୀଙ୍କ ସହ ଆନ୍ଦୋଳନ କରାଯିବ ବୋଲି ଦଳ ଚେତାବନୀ ଦେଇଛି।
ବୋରିଗୁମ୍ମା ବ୍ଲକର ବିଭିନ୍ନ ପଂଚାୟତ ଏବେ ବି କୋଲାବ ଓ ତେଲେଙ୍ଗିରି ପ୍ରକଳ୍ପର ଜଳସେଚନ ସୁବିଧାରୁ ବଂଚିତ। ଜୟନ୍ତୀଗିରି ନିକଟରୁ ଭୂତଳ ପାଇପ୍ଲାଇନ୍ ଜରିଆରେ ଜଳସେଚନ ପାଇଁ ପ୍ରସ୍ତୁତ ସର୍ଭେ ଓ ଡିପିଆର୍କୁ କାର୍ଯ୍ୟକାରୀ କରିବା, ତେଲେଙ୍ଗିରି କେନାଲ ସମ୍ପ୍ରସାରଣ ଏବଂ କୋଲାବ-ତେଲେଙ୍ଗିରି ଡିଷ୍ଟ୍ରିବ୍ୟୁଟାରୀ କେନାଲର ଲାଇନିଂ କରିବାକୁ ଦଳ ଦାବି କରିଛି। ତେଲେଙ୍ଗିରି କେନାଲ ସମ୍ପ୍ରସାରଣ ନହେବାରୁ ପ୍ରାୟ ୨,୫୦୦ ହେକ୍ଟର ଜମି ଜଳସେଚନରୁ ବଂଚିତ ଥିବା ଦଳ କହିଛି। ସେହିପରି ଜୟପୁରର ସେବା ପେପର ମିଲ୍ ଦୀର୍ଘଦିନ ଧରି ବନ୍ଦ ଥିବାରୁ ପ୍ରାୟ ୧୦ ହଜାର ଶ୍ରମିକ ଓ କର୍ମଚାରୀ ପରିବାର ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଛି। ମିଲ୍ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ଉଚ୍ଚସ୍ତରୀୟ ବୈଠକ ଡାକିବାକୁ ଦାବି କରାଯାଇଛି।ପ୍ରତ୍ୟେକ ଦିନ ମିଲ ରୁ ଚୋରି ହୋଉଛି । ଏଥି ସହ ଦକ୍ଷିଣ ଓଡ଼ିଶାର ରାସ୍ତାଘାଟ ଦୁରବସ୍ଥାକୁ ନେଇ ମଧ୍ୟ ବିଜେଡି ପ୍ରଶ୍ନ ଉଠାଇଛି। ଜୟପୁର ହସ୍ପିଟାଲଠାରୁ ବାରିଣୀପୁଟ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ, ମୋଟୁ-ଜୟପୁର-ବ୍ରହ୍ମପୁର ରାସ୍ତାର ଉନ୍ନତୀକରଣ, ବ୍ରହ୍ମପୁର-ଜୟପୁର ୬ ଲେନ୍ ଏବଂ କୋରାପୁଟ ଘାଟିରେ ଟନେଲ୍ ନିର୍ମାଣ ଦାବି କରିଛି ସେହିପରି ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ବିଶେଷଜ୍ଞ ଡାକ୍ତର, ଏମ୍ଆଅର୍ାଇ ଓ ସିଟି ସ୍କାନ୍ ଭଳି ସୁବିଧା ନଥିବାରୁ ଏହା ‘ରେଫରାଲ୍ ହସ୍ପିଟାଲ୍’ରେ ପରିଣତ ହୋଇଥିବା ଦଳ ଅଭିଯୋଗ କରିଛି। ସେହିପରି ଜୟପୁର-ହାଇଦ୍ରାବାଦ ଓଏସ୍ଆର୍ଟିସି ଭଲଭୋ ବସ୍ ସେବା ପୁନଃ ଆରମ୍ଭ ଏବଂ ତିରୁପତିକୁ ସରକାରୀ ବସ୍ ଚଳାଚଳ ପାଇଁ ମଧ୍ୟ ଦାବି କରାଯାଇଛି। ନୂତନ ବୋରିଗୁମ୍ମା ଏନ୍ଏସିକୁ ପ୍ରଶାସନିକ ଓ ଆର୍ôଥକ କ୍ଷମତା ପ୍ରଦାନ ଦାବି ହୋଇଛି । ସରକାର ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିଜେଡି ନେତାମାନେ କହିଛନ୍ତି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ର, ପୂର୍ବତନ ପୌର ଉପାଧ୍ୟକ୍ଷ ସୂର?୍ୟ୍ୟ ନାରାୟଣ ରଥ, ଜିଲ୍ଲା ବିଜେଡ଼ି ଉପସଭାପତି ନାଗୁ ଦୋରା, ଜିଲ୍ଲା ବିଜେଡି ସମ୍ପାଦକ ଶିବ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବାଲିଙ୍କି ରାଓ ଏବଂ ବିଜେଡି ମିଡ଼ିଆ କୋଡିନେଟର ବୀରେନ୍ଦ୍ର ସାଗର ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି