ସମ୍ବଲପୁରରେ ରାଜ୍ୟ ଜୁଡୋ ଚାମ୍ପିଅନସିପ୍-୨୦୨୬ ଖେଳାଳିଙ୍କୁ ସାଂସଦଙ୍କ ବାର୍ତ୍ତା
ସମ୍ବଲପୁରରେ ରାଜ୍ୟ ଜୁଡୋ ଚାମ୍ପିଅନସିପ୍-୨୦୨୬ ଖେଳାଳିଙ୍କୁ ସାଂସଦଙ୍କ ବାର୍ତ୍ତା
ସମ୍ବଲପୁରରେ ରାଜ୍ୟ ଜୁଡୋ ଚାମ୍ପିଅନସିପ୍-୨୦୨୬ ଖେଳାଳିଙ୍କୁ ସାଂସଦଙ୍କ ବାର୍ତ୍ତା


ସମ୍ବଲପୁର, ୦୪, ଅକ୍ଟୋବର (ହି.ସ.) *ନିଜ ଭିତରେ ଥିବା ଅଦମ୍ୟ ଦକ୍ଷତା ଓ ପ୍ରତିଭା ବଳରେ ବିଜୟୀ ହୁଅ - ଧର୍ମେନ୍ଦ୍ର ପ୍ରଧାନ*

• ୨୦୩୬ ଅଲିମ୍ପିକ୍ସ ଓ ୨୦୪୭ ସୁଦ୍ଧା ଭାରତକୁ ଶୀର୍ଷ ପଦକ ତାଲିକାରେ ପହଞ୍ଚାଇବା ପାଇଁ ଏବେଠାରୁ ପ୍ରୟାସ ଜରୁରୀ

• ପ୍ରଧାନମନ୍ତ୍ରୀଙ୍କ ‘ଖେଲୋ ଇଣ୍ଡିଆ’ ଓ ‘ଫିଟ୍ ଇଣ୍ଡିଆ’ ସ୍ୱପ୍ନ ଯୁବପିଢ଼ିଙ୍କୁ ଦେଖାଉଛି ନୂଆ ଦିଶା

• ଚାମ୍ପିଅନସିପ୍ରେ ସାରା ରାଜ୍ୟରୁ ୫୦୦ରୁ ଊର୍ଦ୍ଧ୍ୱ ଏବଂ ସମ୍ବଲପୁରରୁ ୪୦ ଜଣ ଖେଳାଳି ସାମିଲ

• ମ୍ବଲପୁର ଜିଲ୍ଲା ଜୁଡୋ ଆସୋସିଏସନ୍, ଶାଓଲିନ୍ କୁଂଫୁ-ୱୁସୁ ଆସୋସିଏସନ୍ ଏବଂ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଲେ

ଦୀର୍ଘ ୯ ବର୍ଷର ବ୍ୟବଧାନ ପରେ ସମ୍ବଲପୁରରେ ଦୁଇଦିନିଆ ‘ରାଜ୍ୟ ଜୁଡୋ ଚାମ୍ପିଅନସିପ୍-୨୦୨୬’ର ଆୟୋଜନ ହେବା କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ଓଡ଼ିଶା ଏବଂ ଗ୍ରାମାଞ୍ଚଳର ଯୁବ ପ୍ରତିଭାମାନଙ୍କ ପାଇଁ ଏକ ବଡ଼ ସୁଯୋଗ ବୋଲି ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମା’ ସମଲେଶ୍ୱରୀଙ୍କୁ ପ୍ରଣାମ ଜଣାଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆଜି ଓଡ଼ିଶା ସମେତ ସାରା ଭାରତବର୍ଷରେ କ୍ରୀଡ଼ା ପ୍ରତି ଲୋକଙ୍କର ମନୋଭାବ ବଦଳିଛି । କେବଳ କ୍ରିକେଟ୍ ନୁହେଁ, ଫୁଟବଲ୍, ଜୁଡ଼ୋ, କବାଡ଼ି, ସ୍ୱିମିଂ ଏବଂ ଅନ୍ୟାନ୍ୟ ଆଥଲେଟିକ୍ ପ୍ରତି ଯୁବପିଢ଼ିଙ୍କ ଆସକ୍ତି ବଢ଼ୁଛି । ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ 'ଖେଲୋ ଇଣ୍ଡିଆ' ଏବଂ 'ଫିଟ୍ ଇଣ୍ଡିଆ'ର ସ୍ୱପ୍ନ ଆଜି ଯୁବପିଢ଼ିଙ୍କୁ ନୂଆ ଦିଶା ଦେଖାଉଛି । ଏହି ପ୍ରେରଣାରେ ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଆମର ଆଥଲେଟ୍ମାନେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣୁଛନ୍ତି ।

ଅକ୍ଟୋବର ୬ ଓ ଅକ୍ଟୋବର ୭ରେ ଆୟୋଜିତ ଜୁଡୋ ଚାମ୍ପିଅନସିପ୍ରେ ସାରା ଓଡ଼ିଶାରୁ ୫୦୦ରୁ ଊର୍ଦ୍ଧ୍ୱ ଖେଳାଳି ଏବଂ ସମ୍ବଲପୁରରୁ ୪୦ ଜଣ ସ୍ଥାନୀୟ ପ୍ରତିଭା ଅଂଶଗ୍ରହଣ କରିଛନ୍ତି। ଏହାଦ୍ୱାରା ନିଜ ମାଟିର ପିଲାମାନେ ରାଜ୍ୟସ୍ତରୀୟ ଆଥଲେଟ୍ମାନଙ୍କ ସହ ନିଜର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇବେ। ଏଥିରେ ସ୍ୱର୍ଣ୍ଣ ପଦକ ହାସଲ କରୁଥିବା ଖେଳାଳିମାନେ ଆଗାମୀ ଜାତୀୟ ଜୁଡୋ ଚାମ୍ପିଅନସିପ୍ରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ। ୨୦୩୬ ଅଲିମ୍ପିକ୍ସ ଏବଂ ୨୦୪୭ ସୁଦ୍ଧା ଆମ ଦେଶକୁ ସବୁଠାରୁ ଅଧିକ ଅଲିମ୍ପିକ୍ ପଦକ ଆଣିବା ପାଇଁ ଏବେଠାରୁ ମିଳିତ ପ୍ରୟାସ କରିବାକୁ ଆହ୍ୱାନ ଦେବା ସହ ସମସ୍ତ ଖେଳାଳିଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ଶ୍ରୀ ପ୍ରଧାନ।

ଏହି ସଫଳ ଆୟୋଜନ ପାଇଁ ସେ ସମ୍ବଲପୁର ଜିଲ୍ଲା ଜୁଡୋ ଆସୋସିଏସନ୍, ଶାଓଲିନ୍ କୁଂଫୁ-ୱୁସୁ ଆସୋସିଏସନ୍ ଏବଂ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande