ଓଡିଶା ବନ୍ଦ ସଫଳ ପାଇଁ କଂଗ୍ରେସର ଡାକରା୍
ଭଦ୍ରକ, ୪ ଅକ୍ଟୋବର (ହି.ସ.) - :ଭଦ୍ରକ ଜିଲ୍ଲା ତିହିଡି଼ରେ ଅକ୍ଟୋବର ୮ ତାରିଖରେ ଭାରତ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେନ୍ଦ୍ର କୁମାରଙ୍କୁ ବରଖାସ୍ତ ଓ ଗିରଫ ଦାବିରେ କଂଗ୍ରସ ଓ ବାମପନ୍ଥୀ ଦଳ ପକ୍ଷରୁ ଓଡିଶା ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।ଏହି ବନ୍ଦକୁ ସଫଳ କରାଇବାକୁ ଦୁଇଦଳ ପକ୍ଷରୁ ଡା
tihidi congressr odisha band baithak


ଭଦ୍ରକ, ୪ ଅକ୍ଟୋବର (ହି.ସ.) - :ଭଦ୍ରକ ଜିଲ୍ଲା ତିହିଡି଼ରେ ଅକ୍ଟୋବର ୮ ତାରିଖରେ ଭାରତ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେନ୍ଦ୍ର କୁମାରଙ୍କୁ ବରଖାସ୍ତ ଓ ଗିରଫ ଦାବିରେ କଂଗ୍ରସ ଓ ବାମପନ୍ଥୀ ଦଳ ପକ୍ଷରୁ ଓଡିଶା ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।ଏହି ବନ୍ଦକୁ ସଫଳ କରାଇବାକୁ ଦୁଇଦଳ ପକ୍ଷରୁ ଡାକରା ଦିଆଯାଇଛି।ଏହି ପରିପ୍ରେକ୍ଷୀରେ ଶନିବାର ତିହିଡି଼ ବ୍ଲକର କଂଗ୍ରେସ ସଭାପତି ସରୋଜ କୁମାର ଦାସଙ୍କ ପୌରାହିତ୍ୟରେ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ର ବିରୋଧୀ ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେନ୍ଦ୍ର କୁମାରଙ୍କୁ ବରଖାସ୍ତ କରି ଗିରଫ କରିବା, ଇଭିଏମ ହଟାଇ ବ୍ୟାଲେଟ ପେପରରେ ଭୋଟ କରାଇବା, ଏସଆରଆଇ ପ୍ରକ୍ରିୟା ବାତିଲ କରିବା, ଏମଏମଡିଆର ସଂଶୋଧନ ଆଇନ ୨୦୨୬ବାତିଲ କରିବା, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ତିହିଡି଼ ବ୍ଲକରେ ବନ୍ୟା ଜନିତ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦାବିରେ ଆସନ୍ତା ୮ ତାରିଖ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଓଡିଶା ବନ୍ଦ ରହିବ। ଅତ୍ୟାବଶ୍ୟକ ସେବା କ୍ଷେତ୍ରରେ ଆମ୍ବୁଲାନ୍ସ,ମେଡ଼ିସିନ ଦୋକାନ,କ୍ଷୀରଗାଡ଼ି ଦମକଳ, ପିଇବା ପାଣି ଟ୍ୟାଙ୍କରକୁ ଛାଡିବା ପରେ ଆଉ ସମସ୍ତ ଟ୍ରେନ, ଗାଡିମଟର, ଦୋକାନବଜାର, ପେଟ୍ରୋଲ ପମ୍ପ, କଳକାରଖାନା,ବ୍ୟାଙ୍କ, ଡାକସେବା ଓ ସମସ୍ତ ଅଫିସ ସ୍କୁଲ, କଲେଜ ବନ୍ଦ ରହିବ।ତେବେ ସମସ୍ତ ଜନ ସାଧାରଣ ଆନ୍ଦୋଳନରେ ସାମିଲ ହୋଇ ବନ୍ଦକୁ ସଫଳ କରିବା ପାଇଁ ଡାକରା ଦିଆଯାଇଛି।ଏହି ବୈଠକରେ ବିପିନ ବିହାରୀ ପତି, ବସନ୍ତ ନାୟକ, କରୁଣାକର ମହାରଣା, ଦିବ୍ୟାସିଂ ବଳ, ସର୍ବେଶ୍ୱର ବେହେରା, ଅମର ବେହେରା, ସୁବାଷ ସାହୁ, ବେଣୁଧର ଦାସ, ସୁରେନ୍ଦ୍ର ସାହୁ,ଚିନ୍ତାମଣି ଦାସ, କରୁଣାକର ନାୟକ, ଗୋରାବାବୁ ସାହା, ଦୀପକ ଦାସ, ମନୋରଞ୍ଜନ ସାହୁ, ସରୋଜ ପାଣି, ବିଶ୍ୱନାଥ ବାରିକ, ଗତିକୃଷ୍ଣ ନାୟକ, ଶିବପ୍ରସାଦ ନାୟକ, ସୋମ୍ୟଗୋପାଳ ନାୟକ, ତ୍ରିଲୋଚନ ମହାଳିକ, ସୁରେଶ ମହାପାତ୍ର, ମାଧବାନନ୍ଦ ନାୟକ, ବିକ୍ରମ ଯେନା, ପ୍ରଶାନ୍ତ ମଳିକ, ସମ୍ବିତ ସାହୁ, କୈଳାସ ପାତ୍ର, ଅରଫାନ, ସୋମେନ୍ଦ୍ର ପଣ୍ଡା ସିପିଆଇଏମ ନିର୍ମଳ ଦଳେଇ, ଭାଗବତ ସେନାପତି, ଆଇନଜୀବି ବିଷ୍ଣୁ ଦାସ, କମନୀ ବେହେରା, ବିଜୟ ନାୟକ, ଅଣାକର ବେହେରା, ନଟବର ଦାସ, ଲକ୍ଷ୍ମୀଧର ସାହୁ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିପଯ୍ୟସ୍ତ ଶାସନ ବ୍ୟବସ୍ଥା ଓ ବିପନ୍ନ ଗଣତନ୍ତ୍ରର ସୁବିଧା ପାଇଁ ବ୍ଲକ ବାସୀ ଲଢେଇ କରିବା ସହିତ ଓଡିଶା ବନ୍ଦକୁ ସଫଳ କରିବାକୁ କହିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande