ଅକ୍ଟୋବର ୮ରେ କଂଗ୍ରେସ ଓ ଇଣ୍ଡି ମେଂଟର ଓଡ଼ିଶା ବନ୍ଦ ଡାକରା ଖଣି ଆଇନ ସଂଶୋଧନପ୍ରତ୍ୟାହାର, ସିଇସିଙ୍କ ବହିଷ୍କାର ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି
ଜୟପୁର, ୦୪ ଅକ୍ଟୋବର (ହି.ସ.) - ଆସନ୍ତା ଅକ୍ଟୋବର ୮ ତାରିଖରେ ରାଜ୍ୟବ୍ୟାପୀ କଂଗ୍ରେସ ଓ ‘ଇଣ୍ଡି’ ମେଂଟ ପକ୍ଷରୁ ‘ଓଡ଼ିଶା ବନ୍ଦ’ ଡାକରା ଦିଆଯାଇଛି।ଏହା କୁ ସଫଳ କରିବା ପାଇଁ ଜୟପୁର ସ୍ଥିତ ଜିଲ୍ଲା କଂଗ୍ରେସ ଭ୍ୱନ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ବନ୍ଦ ଡାକରାକୁ ସଫଳ କରିବା ପାଇ
ଅକ୍ଟୋବର ୮ରେ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟର ‘ଓଡ଼ିଶା ବନ୍ଦ’ ଡାକରା   ଖଣି ଆଇନ ସଂଶୋଧନ ପ୍ରତ୍ୟାହାର, ସିଇସିଙ୍କ ବହିଷ୍କାର ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି


ଜୟପୁର, ୦୪ ଅକ୍ଟୋବର (ହି.ସ.) - ଆସନ୍ତା ଅକ୍ଟୋବର ୮ ତାରିଖରେ ରାଜ୍ୟବ୍ୟାପୀ କଂଗ୍ରେସ ଓ ‘ଇଣ୍ଡି’ ମେଂଟ ପକ୍ଷରୁ ‘ଓଡ଼ିଶା ବନ୍ଦ’ ଡାକରା ଦିଆଯାଇଛି।ଏହା କୁ ସଫଳ କରିବା ପାଇଁ ଜୟପୁର ସ୍ଥିତ ଜିଲ୍ଲା କଂଗ୍ରେସ ଭ୍ୱନ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ବନ୍ଦ ଡାକରାକୁ ସଫଳ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ରବିବାର କଂଗ୍ରେସ କମିଟି ଏବଂ ସିପିଆଇ ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଆସନ୍ତା ୮ ତାରିଖ ରେ ସକାଳ ୬ଟାରୁ ସଂନ୍ଧ୍ୟା ୬ ଯାଏଁ ଚକ ଅଖ ଦୋକାନ ବଜାର ବନ୍ଦ ରହିବ ।

ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକଙ୍କ ସଭାପତିତ୍ୱରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ, କେନ୍ଦ୍ରର ଭାଜପା ସରକାର ସଂସଦରେ ଏମଏମଡିଆର ସଂଶୋଧିତ ଆଇନ ବେଆଇନ ଭାବେ ପାରିତ କରି ରାଜ୍ୟର ଅଧିକାରକୁ ଛଡ଼ାଇ ନେବାକୁ ଚେଷ୍ଟା କରୁଛନ୍ତି। ଆଦାନୀ ଓ ବେଦାନ୍ତ ଭଳି କର୍ପୋରେଟ ସଂସ୍ଥାଙ୍କ ସ୍ୱାର୍ଥ ସାଧନ ପାଇଁ ଆଦିବାସୀଙ୍କ ଭିଟାମାଟି ବିକ୍ରି କରିବାକୁ ଯୋଜନା ଚାଲିଛି। କୋରାପୁଟ ଜିଲ୍ଲାର ପ୍ରାକୃତିକ ସମ୍ପତି ଓ ମାଟିକୁ କୌଣସି ପରିସ୍ଥିତିରେ ବିକ୍ରି ହେବାକୁ ଦିଆଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି। ଏହାସହ ନିର୍ବାଚନ ଆୟୋଗଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବହିଷ୍କାର ଓ ଗିରଫଦାରୀ, ଭୋଟର ତାଲିକାରୁ ମନମୁଖୀ ଭାବେ କଂଗ୍ରେସ ଓ ବିରୋଧୀ ସମର୍ଥକଙ୍କ ନାମ କାଟିବା ବିରୋଧରେ କାର୍ଯ୍ୟାନୁଷ୍ଠାନ, ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ଓ ଶିକ୍ଷା ବିଭାଗର ବିପର୍ଯ୍ୟସ୍ତ ବ୍ୟବସ୍ଥା ପାଇଁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ରାଜ୍ୟରେ ସାମ୍ପ୍ରତିକ ବନ୍ୟା ବିପତିରେ ସରକାରଙ୍କ ଉଦାସୀନତାକୁ ଦଳ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଏହା ସହ ଅବିଭକ୍ତ କୋରାପୁଟ ଜିଲ୍ଲାର ସ୍ଥାନୀୟ ଯୁବକଯୁବତୀଙ୍କ ନିଯୁକ୍ତି ଅଧିକାରକୁ ଛଡ଼ାଇ ନିଆଯାଉଛି। ଯଦି ସରକାର ସ୍ଥାନୀୟ ପିଲାଙ୍କ ନିଯୁକ୍ତି ପ୍ରତି ନ୍ୟାୟ ନ ଦିଅନ୍ତି, ତେବେ ଆଗାମୀ ଦିନରେ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ସମ୍ପୂର୍ଣ୍ଣ ଅଚଳ କରି ଦିଆଯିବ ବୋଲି ଉପସ୍ଥିତ ନେତା ମାନେ ଚେତାବନୀ ଦେଇଛନ୍ତି।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ବରିଷ୍ଠ ନେତା ବିନୋଦ ମହାପାତ୍ର, ପିସିସି ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ଦୁର୍ଗା ପଣ୍ଡା, ପୂର୍ବତନ ବିଧାୟକ ନିମାଇଁ ସରକାର, ପିସିସି ସାଧାରଣ ସମ୍ପାଦକ କୃଷ୍ଣ କୁଲଦୀପ, ପିସିସି ସମ୍ପାଦକ ଦୁର୍ଗା ଶର୍ମା, ଜୟପୁର ବ୍ଲକ ସଭାପତି ବସନ୍ତ ନାୟକ, ବୋରିଗୁମ୍ମା ବ୍ଲକ ସଭାପତି ଅଶୋକ ପଟ୍ଟନାୟକ, ଓବିସି ସେଲ୍ ଅଧ୍ୟକ୍ଷ ନିହାର ରଞ୍ଜନ ବିଶୋଇ, ଡିସିସି ଉପସଭାପତି ସୂର୍ଯ୍ୟ ପଟ୍ଟନାୟକ, ସାଂସଦ ପ୍ରତିନିଧି ହସନ ମଦାନୀ, ରାମ ନାୟକ, ପ୍ରଣବ କିଶୋର ନାୟକ, ସୁରଜିତ ରାଉତରାୟ ଏବଂ ଛାତ୍ର କଂଗ୍ରେସର ପ୍ରଣୟ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ମେଂଟ ତରଫରୁ ସିପିଆଇ ଜିଲ୍ଲା ସମ୍ପାଦକ ରାମକୃଷ୍ଣ ଦାସ ଏବଂ ବରିଷ୍ଠ ସିପିଆଇ ନେତା ସତ୍ୟବ୍ରତ ନନ୍ଦ ମଧ୍ୟ ଉପସ୍ଥିତ ରହି ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଘୋଷଣା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande