
ସମ୍ବଲପୁର, ୦୪, ଅକ୍ଟୋବର (ହି.ସ.) ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଲଡୁଖାଇ ଛକ ଅଞ୍ଚଳରେ ପୋଲିସ ଚଢ଼ଉ କରି ୨୮ ଲିଟର ଦେଶୀ ମଦ ଜବତ କରିଛି। ଏହି ମଦ କାରବାର ଘଟଣାରେ ୨୦ ବର୍ଷିୟ ଅମିତ କୁମାର ନାମକ ଯୁବକକୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସୂଚନାନୁଯାୟୀ ଅକ୍ଟୋବର ୩ ତାରିଖ ଶନିବାର ସନ୍ଧ୍ୟା ସାଢେ ୭ଟା ବେଳେ ବୁର୍ଲା ଥାନାର ଏସ୍ଆଇ ଜେ.କେ. ବେହେରା ଓ ଅନ୍ୟ ସହ କର୍ମଚାରୀ ସନ୍ଧ୍ୟା ପାଟ୍ରୋଲିଂ କରୁଥିବାବେଳେ ଲଡୁଖାଇ ଛକ, ଗୋଶାଳା ଠାରେ ବିପୁଳ ପରିମାଣର ଦେଶୀ ମଦ ବିକ୍ରି ହେଉଥିବା ସୁଚନା ପାଇ ସେଠାରେ ଚଢ଼ାଉ କରିଥିଲେ । ଉପସ୍ଥିତ କେତେକ ସାକ୍ଷୀଙ୍କ ଉପସ୍ଥିତିରେ ପୋଲିସ ଚଢ଼ଉ କରି ଅଭିଯୁକ୍ତ ଅମିତ କୁମାର ନିକଟରୁ ‘ବାର୍ଡ’ ଛାପର ୨ଶହ ମିଲିଲିଟର ଲେଖାଏଁ ୧୪୦ଟି ଦେଶୀ ମଦ ପାଉଚ୍, ମୋଟ ୨୮ ଲିଟର ଜବତ କରାଯାଇଥିଲା। ସୂଚନାଯୋଗ୍ୟ ଝାଡ଼ଖଣ୍ଡ ଅଞ୍ଚଳରେ ନିଜ ଘର ହୋଇଥିବା ବେଳେ ଏଠାରେ ଭଡା ସୁତ୍ରରେ ଅମିତ ରହି ଆସୁଛି । ଏନେଇ ବୁର୍ଲା ଥାନାରେ ପୋଲିସ ୪୩୧/୨୬ ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ