ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ଗାଁରେ ଶବ ପହଂଚିବା ପରେ ଉତେଜନା; ଅଟକ ରହିଲା ଆମ୍ବୁଲାନ୍ସ, ତଦନ୍ତ ଦାବି
ଜୟପୁର, ୦୪ ଅକ୍ଟୋବର (ହି.ସ.) - ଆନ୍ଧ୍ରପ୍ରଦେଶର ଅନକାପାଳି ଅଂଚଳରେ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁକୁ ନେଇ ଆଜି ବାର୍ଲାହାଣ୍ଡି ରେ ଉତେଜନା ଦେଖଯାଇଥିଲା । ମୃତକ ହେଲେ ବାର୍ଲାହାଣ୍ଡି ଗ୍ରାମର ପ୍ରେମରାଜ ବିଶୋଇ(୪୦)। ମୃତଦେହ ଆମ୍ବୁଲାନ୍ସ ଯୋଗେ ଗ
ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ  ଗାଁରେ ଶବ ପହଞ୍ଚିବା ପରେ ଉତ୍ତେଜନା; ଅଟକ ରହିଲା ଆମ୍ବୁଲାନ୍ସ, ତଦନ୍ତ ଦାବି


ଜୟପୁର, ୦୪ ଅକ୍ଟୋବର (ହି.ସ.) - ଆନ୍ଧ୍ରପ୍ରଦେଶର ଅନକାପାଳି ଅଂଚଳରେ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁକୁ ନେଇ ଆଜି ବାର୍ଲାହାଣ୍ଡି ରେ ଉତେଜନା ଦେଖଯାଇଥିଲା । ମୃତକ ହେଲେ ବାର୍ଲାହାଣ୍ଡି ଗ୍ରାମର ପ୍ରେମରାଜ ବିଶୋଇ(୪୦)। ମୃତଦେହ ଆମ୍ବୁଲାନ୍ସ ଯୋଗେ ଗାଁରେ ପହଂଚିବା ପରେ ମୃତ୍ୟୁର କାରଣକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ଦେଖାଦେବା ସହ ଆମ୍ବୁଲାନ୍ସକୁ ଅଟକ ରଖାଯାଇଥିବା ଜଣାପଡ଼ିଛି।

ଜୟପୁର ସଦର ଥାନା ଅନ୍ତର୍ଗତ , ବାର୍ଲାହାଣ୍ଡି ଗ୍ରାମର ପ୍ରେମରାଜ ଅନକାପାଳିରେ ସିଭିଲ୍ କାମ କରିବା ପାଇଁ ଯାଇଥିଲେ। ସେଠାରେ ସେ ଘାଟବାଘ୍ରା ଗାଁର ନବୀନ ମାଳିଙ୍କ ସହ ଗୋଟିଏ ଘରେ ରହୁଥିଲେ। ସେମାନଙ୍କ ସହ ଝାଡ଼ଖଣ୍ଡର ଜଣେ ଯୁବକ ମଧ୍ୟ ରହୁଥିଲେ। ଗତକାଲି ରାତି ପ୍ରାୟ ୯ଟା ୧୫ରେ ଖାଇସାରିବା ପରେ ପ୍ରେମରାଜଙ୍କୁ ହଠାତ୍ ଝାଡ଼ାବାନ୍ତି ହୋଇଥିବା କୁହାଯାଉଛି। ପରେ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଗାଁକୁ ପଠାଯାଇଥିଲା। ପ୍ରେମରାଜଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି। ତାଙ୍କ ବଡ଼ଭାଇ ସୁରେନ୍ଦ୍ର ବିଶୋଇ ଦିବ୍ୟାଙ୍ଗ ହୋଇଥିବାରୁ ପରିବାରର ଭରଣପୋଷଣକୁ ନେଇ ଏବେ ଚିନ୍ତା ବଢ଼ିଛି। ପରିବାରର ମୁଖ୍ୟ ଆଧାରଙ୍କୁ ହରାଇବା ପରେ ଆଗକୁ କିପରି ଚଳିବେ, ସେନେଇ ପରିବାର ଚିନ୍ତାରେ ରହିଛି। ଅନ୍ୟପକ୍ଷରେ, ମୃତ୍ୟୁ ପରେ ହଠାତ୍ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଗାଁକୁ ପଠାଯିବା ଘଟଣାକୁ ନେଇ ଗ୍ରାମବାସୀ ହଲ୍ଲା କରିଥିଲେ । ପ୍ରେମରାଜଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଓ କିପରି ହେଲା, ତାହାର ନିରପେକ୍ଷ ତଦନ୍ତ କରାଯିବାକୁ ଦାବି ହୋଇଛି। ପରେ ଠିକା ସଂସ୍ଥା ୧ ଲକ୍ଷ ଟଙ୍କା ଦେବାକୁ ପ୍ର୍ରତିଶୃତି ଦେବା ସହ ଘଟଣା ସ୍ଥଳ ରେ ୫୦ ହଜାର ଟଙ୍କା ଦେବାରୁ ଶବ ସତକାର କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande