
ବଲାଙ୍ଗିର ୪ ଅକ୍ଟୋବର (ହି.ସ.) - ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂ ଦେଓ ସ୍ପୋର୍ଟ୍ସ କମ୍ପେ୍ଲକ୍ସଠାରେ ଜିଲ୍ଲା ସ୍କୁଲ ବିଭାଗ ପକ୍ଷରୁ ତୃତୀୟ ଜିଲ୍ଲା ସ୍କୁଲସ୍ତରୀୟ ଅସିଚାଳନ ପ୍ରତିଯୋଗିତା ୨୦୨୬-୨୭ ଆଜି ଉଦ୍ଘାଟିତ ହୋଇଛି। ଏଥିରେ ଜିଲ୍ଲାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଓଡ଼ିଶା ରାଜ୍ୟ ଅସିଚାଳନ ସଂଘର ଯୁଗ୍ମ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ ଏବଂ ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ପ୍ରଦୀପ କୁମାର ପାତ୍ର ଉପସ୍ଥିତ ଥିଲେ।
ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରୁଥିବା ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗର ୨୪ ଜଣ ଖେଳାଳିଙ୍କୁ ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯିବ। ଆସନ୍ତା ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ବଲାଙ୍ଗୀରରେ ରାଜ୍ୟସ୍ତରୀୟ ଅସିଚାଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଜିଲ୍ଲାସ୍ତରରୁ ମନୋନୀତ ଖେଳାଳିମାନେ ଏଥିରେ ବଲାଙ୍ଗୀର ଜିଲ୍ଲାର ପ୍ରତିନିଧିତ୍ୱ କରିବେ।
ଖେଳ ପରିଚାଳନାରେ ବିଦ୍ୟୁତପ୍ରଭା ମିଶ୍ର, ଅନ୍ୱେଷା ରାଉତ, ଜ୍ୟୋତିରଞ୍ଜନ ଠାକୁର, ବୁଦ୍ଧିରାଜ ବିଶ୍ୱାଳ, ପୁରନ୍ଦର ସେଠ, ସୁଭଦ୍ରା ବେହେରା, ସତ୍ୟନାରାୟଣ ପଟେଲ, ସସ୍ମିତା ଗଡ଼ତିଆ, ସ୍ୱପ୍ନା ସେଠୀ, ସଙ୍କେତ ଯୋଶୀ, ବିଭୂତି ସ୍ୱାଇଁ ଓ ବୀରେନ୍ଦ୍ର ସୁନା ପ୍ରମୁଖ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ