
କେନ୍ଦ୍ରାପଡ଼ା, ୪ ଅକ୍ଟୋବର (ହି.ସ.) କେନ୍ଦ୍ରାପଡ଼ା ପୌରାଞ୍ଚଳ ଇଛାପୁର ନିବାସୀ ସମାଜସେବୀ ଗଣେଶ ପ୍ରସାଦ ମେକାପଙ୍କ ଦ୍ୱାଦଶାହ ଅବସରରେ ରବିବାର ଏକ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି। ଇଛାପୁରସ୍ଥିତ ତାଙ୍କ ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଆତ୍ମୀୟସ୍ୱଜନ, ସହପାଠୀ, ବୁଦ୍ଧିଜୀବୀ ଓ ସମାଜସେବୀମାନେ ଯୋଗଦେଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଗଣେଶ ମେକାପ ଗତ ୨୩ ତାରିଖରେ ଆକସ୍ମିକ ହୃଦ୍ଘାତରେ ପରଲୋକଗମନ କରିଥିଲେ। ସ୍ମୃତିଚାରଣ ସଭାରେ ତାଙ୍କ ସହପାଠୀ ତଥା ବିଧାୟକ ଗଣେଶ୍ୱର ବେହେରା, ଡ. ଦେବେନ୍ଦ୍ର ବେହେରା, ଇଂ. ବିଷ୍ଣୁ ଚରଣ ବେହେରା, ବାବାଜୀ ନାରାୟଣ ଦାସ, ଡା. ପ୍ରଫୁଲ୍ଲ କୁମାର ସାମଲ, ଡ. ଦେବ କୁମାର ବସନ୍ତିଆ, ନିରଞ୍ଜନ ପରିଡ଼ା, ସମାଜସେବୀ ତଥା ବିଜେଡି ନେତା ରଞ୍ଜିତ ସାହୁ, ବିଜେଡି ଟାଉନ ସଭାପତି ଯଯାତି କେଶରୀ ମହାନ୍ତି, ରାଜେଶ ପଣ୍ଡା, କାଉନସିଲର କାଳୀପ୍ରସାଦ ମିଶ୍ର, ନିରାକାର ସ୍ୱାଇଁ, ଦୁର୍ଗା ପ୍ରସାଦ ପତି, ରାଜେଶ ଦାସ ଓ ରାଜେଶ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।
ବକ୍ତାମାନେ ଗଣେଶ ମେକାପଙ୍କ ସମାଜସେବା, ଜନହିତକର କାର୍ଯ୍ୟ ଓ ସାମାଜିକ ଅବଦାନକୁ ସ୍ମରଣ କରିବା ସହ ତାଙ୍କ ବିୟୋଗ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି