
ଭଦ୍ରକ, ୪ ଅକ୍ଟୋବର (ହି.ସ.) - ଆଜି ଭଦ୍ରକ ବାଇପାସ, ଜଗନ୍ନାଥ ମନ୍ଦିର ପରିସରରେ କବି ବୀଣାପାଣି ତ୍ରିପାଠୀଙ୍କର ପ୍ରଥମ କବିତା ସଙ୍କଳନ ମାଟିମୃଦଙ୍ଗର ଉନ୍ମୋଚନ ପର୍ବ ଅନୁଷ୍ଠିତ ହୋଇ ଯାଇଛି ।ଏହି ଉତ୍ସବରେ ବିଶିଷ୍ଟ କଥାକାର ରଜନୀକାନ୍ତ ମହାନ୍ତି ସଭାପତିତ୍ୱ କରିଥିବାବେଳେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗୀତିକବି ହୃଦାନନ୍ଦ ପାଣିଗ୍ରାହୀ ଅଂଶ ଗ୍ରହଣ କରିଥିଲେ। ବରେଣ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଉଚ୍ଚ ପ୍ରଶାସନିକ ଅଧିକାରୀ ଡକ୍ଟର ଦେବେନ୍ଦ୍ର ପ୍ରସାଦ ମାଝି ଯୋଗ ଦେଇଥିବାବେଳେ ।ଆଲୋଚକ ଭାବେ ବିଶିଷ୍ଟ ଗୀତିକବି ବୈଜ୍ଞାନିକ ଇଂ ଅଭୟ ସୂତାର ଏବଂ ବିଶିଷ୍ଟ ନାରୀ କବି ସାବିତ୍ରୀ କବି ଯୋଗଦେଇଥିଲେ।କବିତା ସଙ୍କଳନର ସମୀକ୍ଷା କରିଥିଲେ କବି ଡକ୍ଟର ମମତା ସାହୁ। କବିତା ସଂଯୋଜନା କରିଥିଲେ କବି ସଂଯୁକ୍ତା ବଳ ନାୟକ । ଯୁବ ଗାଳ୍ପିକ ରାଜେଶ ତ୍ରିପାଠୀ ସ୍ୱାଗତଭାଷଣ ଦେଇଥିଲେ।ସଭାରେ ବିଶିଷ୍ଟ କବି ଅବନି ପ୍ରଧାନ , ଅଧ୍ୟାପକ ନୀହାର ରଂଜନ କର , ଭଦ୍ରକ ଲେଖିକା ସଂଘର ସଭାପତି ଝରଣା ପଟ୍ଟନାୟକ , ଡ. ରାଧାରାଣୀ ମହାପାତ୍ର, ଡାକ୍ତର କ୍ଷୀରାବ୍ଧି ତନୟା ସାହୁ, ଲେଖକ ତଥା ପ୍ରକାଶକ ସଂଗ୍ରାମ କେଶରୀ ସେନାପତି, ନବରାଗର ସଂପାଦିକା ମଧୁସ୍ମିତା ନାୟକ,ଗୀତିକାର ନିର୍ମଳ ରାଉତ, ଶିକ୍ଷାବିତ୍ ଗୟାଧର ପଣ୍ଡା, ବିଜୟ ବହଳୀ , ନିରଞ୍ଜନ ନାୟକ , ବିଶ୍ୱଜିତ ଦାଶ ,ସୁରେନ୍ଦ୍ର ପଣ୍ଡା , ଗୌରାଙ୍ଗ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଡକ୍ଟର ଜାନକୀ ପାଢୀ , ଦୀପ୍ତିମୟୀ ସାହୁ , ପୂଜାରାଣୀ ଘୋଷ, ଶ୍ରଦ୍ଧାଞ୍ଜଳି ମିଶ୍ର, କାଦମ୍ବିନୀ ମହାନ୍ତି , ପ୍ରୀତିଲତା ପଣ୍ଡା , ଆଡଭୋକେଟ ସନାତନ ଦୀକ୍ଷିତ, ବୈକୁଣ୍ଠନାଥ ଓଝା, ମନୋରଂଜନ ଦାସ , ଭୀମଚରଣ ପରଡ଼ା, ବିପ୍ଳବ ହୋତା, ମୁକୁନ୍ଦଦେବ ନାୟକ,ରମେଶ ଚନ୍ଦ୍ର ଦାସ, ପଦ୍ମଲୋଚନ ପଣ୍ଡା, ଝରଣା ଜେନା , ସାବିତ୍ରୀ ସେଠୀ ପ୍ରମୁଖ ନିଜ ନିଜର କବିତା ପାଠ କରିଥିଲେ। ଏହି ସାରସ୍ୱତ କାର୍ଯ୍ୟକ୍ରମକୁ ସ୍ୱର୍ଣପ୍ରଭା ତ୍ରିପାଠୀ,ଶ୍ରୀଲେଖା ପଣ୍ଡା, ପ୍ରଶାନ୍ତ ମହାପାତ୍ର, ଆଦିକନ୍ଦ ନାୟକ , ଅକ୍ଷୟ ମହାନ୍ତି ପ୍ରମୁଖ ପରିଚାଳନା କରିଥିବାବେଳେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କମଳାକାନ୍ତ ତ୍ରିପାଠୀଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ