
ଭଦ୍ରକ, ୪ ଅକ୍ଟୋବର (ହି.ସ.) - :ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକରେ ବନ୍ୟା ଓ ଲଗାଣ ବର୍ଷା ପାଇଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଲୋକଙ୍କର ଧାନ,ପନିପରିବାଚାଷ ନଷ୍ଟ ହୋଇଥିବା ବେଳେ ବାସଗୃହ ଓ ରାସ୍ତାଘାଟ କ୍ଷତି ହୋଇଛି। ଏହି ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ବ୍ଲକର ସମସ୍ତ ପଞ୍ଚାୟତର କ୍ଷତି ଗ୍ରସ୍ତ ପରିବାରକୁ ରିଲିଫ୍ ଚାଉଳ ଯୋଗାଇ ଦିଆଯାଉଛି। ମାତ୍ର ତିହିଡ଼ି ଏନଏସି ଅଞ୍ଚଳର ଅଧିବାସୀମାନେ ଏହି ସହାୟତାରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଛନ୍ତି। ଯାହାକୁ ନେଇ ଏନଏସିର ଅଧିବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ?ଏନେଇ ବିଜୁ ଜନତା ଦଳ ପକ୍ଷରୁ ବିଡ଼ିଓ ନିରଞ୍ଜନ ବାରିକଙ୍କୁ ତୁରନ୍ତ ରିଲିଫ ଚାଉଳ ଯୋଗାଇ ଦେବାକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଏହା କରାନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।ମୁକୁନ୍ଦପୁର ପଞ୍ଚାୟତର ବିଦ୍ୟାଧରପୁର, କାଳିମେଘା ଓ କଞ୍ଚନପୁର,?ଭାଟପଡ଼ା ପଞ୍ଚାୟତର ଭାଟପଡ଼ା, ମିର୍ଜାପୁର,?ମହରମପୁର ପଞ୍ଚାୟତର ଷାଠିବାଟି ଗ୍ରାମର ଲୋକ ବନ୍ୟା ଓ ଲଘୁଚାପ ଜନିତ ବର୍ଷାରେ କ୍ଷତିଗ୍ରସ୍ତ ହୋଥିଲେ ମଧ୍ୟ ସେମାନଙ୍କୁ ରିଲିଫ ଚାଉଳ ନ ମିଳିବା ଦୁଃଖ ଓ ପରିତାପର ବିଷୟ ହୋଇଛି। ?ଷାଠିବାଟି ଅଞ୍ଚଳରେ ରାଜସ୍ୱ ନିରୀକ୍ଷକଙ୍କ ପ୍ରତ୍ୟକ୍ଷ ତଦନ୍ତ ପରେ ଶୁଖିଲା ଖାଦ୍ୟ, ପଲିଥିନି, ଗୋ ଖାଦ୍ୟ, ପ୍ରଶାସନ ପକ୍ଷରୁ ଯୋଗେଇ ଦିଆଯାଇଥିବା ବେଳେ ରିଲିଫ ଚାଉଳ ନ ମିଳିବା କେତେଦୂର ଯୁକ୍ତି ସଙ୍ଗତ ବୋଲି କୁହାଯାଇଛି। ତିହିଡ଼ି ଏନଏସି ଅଞ୍ଚଳରେ କାହାର ଇଙ୍ଗିତରେ ଏବଂ କେଉଁ ସ୍ୱାର୍ଥ ପାଇଁ ଏହି ସହାୟତାରୁ ବଞ୍ଚିତ କରାଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରାକୃତିକ ଦୁର୍ବିପାକରେ ସମୟରେ ବିପନ୍ନଙ୍କୁ ରାଜନୈତିକ ଛକାପଞ୍ଜା ଓ ଅବହେଳାର ଶିକାର ହେବାକୁ ପଡ଼େ ତେବେ ସାଧାରଣ ଗରିବ ଖଟିଖିଆମାନଙ୍କର ଜୀବନ ଜୀବିକା ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡ଼ିବ। ?ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ତିହିଡ଼ି ପ୍ରଶାସନ ଏପରି ସମସ୍ୟାର ତୁରନ୍ତ ସମଧାନ କରି ତିହିଡ଼ି ଏନଏସି ଅନ୍ତର୍ଗତ ବଞ୍ଚିତ ହୋଇଥିବା ପ୍ରତ୍ୟେକ ପରିବାରକୁ ରିଲିଫ୍ ଚାଉଳ ପ୍ରଦାନ କରିବାକୁ ମହରମପୁର ସରପଞ୍ଚ ତାପସ ବେହେରା, ପୂର୍ବତନ ସରପଞ୍ଚ ବିଷ୍ଣୁକଅଁର, ମୁକୁନ୍ଦପୁର ପୂର୍ବତନ ସରପଞ୍ଚ କୀର୍ତନ ରାଉତ, ପୂର୍ବତନ ସମିତିସଭ୍ୟ ସଂଗ୍ରାମ କେଶରୀ ଦାସ, ମହରମପୁର ସମିତି ସଭ୍ୟ ଧର୍ମାନନ୍ଦ ବେହେରା, ବିଭୁତି ଭୂଷଣ ଦାସ, ଲକ୍ଷ୍ମୀଧର ଜେନା, ଦେବେନ୍ଦ୍ର ଜେନା, ଅଭୟ ସେଠି, ଭଗବାନ ଲେଙ୍କା, ମହିନ୍ଦ୍ର ପାତ୍ର, ବିଦ୍ୟାଧର ସେଠି, ମହେଶ୍ୱର ପୃଷ୍ଟି, କରୁଣା କର ଦାସ, ଊତ୍ତମ ସେଠି, ସୂଯ୍ୟମଣି ଦାସ,ନାରାୟଣ ନାୟକ ପ୍ରମୁଖ ଦାବିପତ୍ର ଦେବା ସହ ରିଲିଫ ଚାଉଳ ବଣ୍ଟନ ପାଇଁ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ