
ଭୁବନେଶ୍ୱର, ୫ ଅକ୍ଟୋବର (ହି ସ): ରାଜଧାନୀ ଭୁବନେଶ୍ୱରର ଘାଟିକିଆସ୍ଥିତ
ପୁନର୍ବିକଶିତ କଳିଙ୍ଗ ଷ୍ଟୁଡିଓ କମ୍ପ୍ଲେକ୍ସର ଲୋକାର୍ପଣ ଉତ୍ସବ ଆଜି ଅନୁଷ୍ଠିତ ହେବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁନର୍ବିକଶିତ କଳିଙ୍ଗ ଷ୍ଟୁଡିଓ କମ୍ପ୍ଲେକ୍ସକୁ ଲୋକାର୍ପଣ
କରିବେ।
ଆଜି ଅପରାହ୍ନ ୫ଟାରେ କଳିଙ୍ଗ
ଷ୍ଟୁଡିଓ ପରିସରରେ ଆୟୋଜିତ ଏହି ସମାରୋହରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଏକାମ୍ର-ଭୁବନେଶ୍ୱର
ବିଧାୟକ ବାବୁ ସିଂହଙ୍କ ସମେତ ବିଶିଷ୍ଟ ଅତିଥିମାନେ ଯୋଗଦେବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା