ଶହୀଦ ବାଜି ରାଉତଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ
ଭୁବନେଶ୍ୱର, 5 ଅକ୍ଟୋବର (ହି.ସ)ଆଜି ହେଉଛି ବାଜି ରାଉତଙ୍କ ଶ୍ରଦ୍ଧାଂଜଳି ।ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଏକ ବାର୍ତ୍ତ
ବାଜି ରାଉତ


ଭୁବନେଶ୍ୱର, 5 ଅକ୍ଟୋବର (ହି.ସ)ଆଜି

ହେଉଛି ବାଜି ରାଉତଙ୍କ ଶ୍ରଦ୍ଧାଂଜଳି ।ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଓ ଉପମୁଖ୍ୟମନ୍ତ୍ରୀ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ

ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଶହୀଦ ବାଜି ରାଉତଙ୍କ

ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି।ମାତ୍ର ବାର ବର୍ଷ ବୟସରେ ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ପ୍ରାଣ ଉତ୍ସର୍ଗ

କରିଥିବା ବାଜି ରାଉତଙ୍କ ଅଦମ୍ୟ ସାହସ ଓ ନିର୍ଭୀକତା ଇତିହାସରେ ଅମର ହୋଇ ରହିଛି।ତାଙ୍କ ବଳିଦାନ ସର୍ବଦା

ପ୍ରେରଣାର ଉତ୍ସ ହୋଇ ରହିବ।

ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ

ମୋହନ ଚରଣ ମାଝୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ମାତ୍ର ୧୨ ବର୍ଷ ବୟସରେ ଦେଶପାଇଁ

ପ୍ରାଣବଳି ଦେଇ ଇତିହାସ ସୃଷ୍ଟି କରିଥିବା ସର୍ବକନିଷ୍ଠ ସହିଦ ସଂଗ୍ରାମୀ ବାଜି ରାଉତଙ୍କ

ଜୟନ୍ତୀରେ ଭକ୍ତିପୂତ ପ୍ରଣାମ। ତାଙ୍କର ଅଦମ୍ୟ ସାହସ, ଅସୀମ ଦେଶପ୍ରେମ ଓ ମହାନ ତ୍ୟାଗ ସର୍ବଦା ଦେଶବାସୀଙ୍କୁ ପ୍ରେରଣା

ଯୋଗାଇବ।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ

ସିଂହଦେଓ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଓଡ଼ିଶାର ବୀର ସ୍ବାଧୀନତା ସଂଗ୍ରାମୀ ଶହୀଦ ବାଜି

ରାଉତ ଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଅମର ଆତ୍ମା ନିକଟରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ

କରୁଅଛି।

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା

ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଭାରତର ସର୍ବକନିଷ୍ଠ ସହିଦ ବାଜି ରାଉତଙ୍କ ଜୟନ୍ତୀ ଅବସରରେ

ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି ।ଦେଶର ସ୍ୱାଧୀନତା ପାଇଁ ବାଜି ରାଉତଙ୍କ ତ୍ୟାଗ ଓ ବଳିଦାନ ସର୍ବଦା ସ୍ମରଣୀୟ

ହୋଇ ରହିବ ।

ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ

ଡ.ମୁକେଶ ମହାଲିଙ୍ଗ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଦେଶର ସର୍ବକନିଷ୍ଠ ଶହୀଦ, ଓଡ଼ିଶାର ଗର୍ବ ଓ ଗୌରବ, ବୀର ଶହୀଦ ବାଜି ରାଉତଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି।ଖୁବ କମ ବୟସରେ ଦେଶ ପାଇଁ

ତାଙ୍କର ବଳିଦାନ ଯୁଗ ଯୁଗ ଧରି ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିବ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ସାହସ ଓ ନିର୍ଭୀକତାର ପରିଚୟ, ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ଜୟନ୍ତୀରେ

ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି।ମାତ୍ର ୧୨ ବର୍ଷ ବୟସରେ ଦେଶ ସେବା ପାଇଁ ସେ ଦେଖାଇଥିବା ସାହସ ଓ ପରାକ୍ରମ

ଚିର ପ୍ରେରଣାର ଉତ୍ସ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା

ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି

ଯେ, ଦେଶର ସର୍ବକନିଷ୍ଠ ଶହୀଦ ତଥା ବୀର ସ୍ଵାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ପୁଣ୍ୟ ଜୟନ୍ତୀ

ଅବସରରେ ଶ୍ରଦ୍ଧାଞ୍ଜଳି ।ମାତୃଭୂମିର ସୁରକ୍ଷା ପାଇଁ ତାଙ୍କର ଅସୀମ ସାହସ ଓ ବଳିଦାନ ଚିର ସ୍ମରଣୀୟ

ହୋଇରହିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande