ଗୋବିନ୍ଦପୁର ପଂଚାୟତ କୋରୁଆ ଗ୍ରାମରେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଚୋରୀ, ପୋଲିସର ତଦନ୍ତ ଜାରି
ଭଦ୍ରକ, ୬ ଅକ୍ଟୋବର (ହି.ସ.) - ଧାମନଗର ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଂଚାୟତର କୋରୁଆ ଗ୍ରାମରେ ଗତକାଲି ରାତିରେ ଏକ ବଡ଼ଧରଣର ଚୋରୀ ହୋଇଥିବା ନେଇ ଅଂଚଳରେ ବ୍ୟାପକ ଚାଂଚଲ୍ୟ ସୃଷ୍ଟି ହୋଇଛି। ଦୁର୍ବୃତମାନେ ଘର ଏବଂ ଦୋକାନର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ଓ ନଗଦ ଟଙ୍କା ଲୁ
GOBINDPUR PANCHAYAT CHORI CASE


ଭଦ୍ରକ, ୬ ଅକ୍ଟୋବର (ହି.ସ.) - ଧାମନଗର ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଂଚାୟତର କୋରୁଆ ଗ୍ରାମରେ ଗତକାଲି ରାତିରେ ଏକ ବଡ଼ଧରଣର ଚୋରୀ ହୋଇଥିବା ନେଇ ଅଂଚଳରେ ବ୍ୟାପକ ଚାଂଚଲ୍ୟ ସୃଷ୍ଟି ହୋଇଛି। ଦୁର୍ବୃତମାନେ ଘର ଏବଂ ଦୋକାନର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ଓ ନଗଦ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, କୋରୁଆ ଗ୍ରାମର ରୀନା ରାଣୀ ବେହେରାଙ୍କ ଘରର କବାଟ ତାଲା ଭାଙ୍ଗି ଦୁର୍ବୃତମାନେ ଭିତରେ ପଶି ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଛନ୍ତି। ସେହିପରି ସେହି ଅଂଚଳର ଦିବାକର ମନ୍ଥନ ଏବଂ ମୁକ୍ତିକାନ୍ତ ସାହୁଙ୍କ ଦୋକାନ ଘରର ମଧ୍ୟ ତାଲା ଭାଙ୍ଗି ଦୋକାନରୁ ନଗଦ ଟଙ୍କା ସମେତ ବହୁ ମୂଲ୍ୟର ଜିନିଷ ପତ୍ର ଲୁଟି ନେଇଛନ୍ତି ଅଜ୍ଞାତ ଚୋର। ଏକାସାଙ୍ଗେ ଗୋଟିଏ ଗ୍ରାମରେ ଗୋଟିଏ ଘର ଏବଂ ଦୁଇଟି ଦୋକାନକୁ ଟାର୍ଗେଟ୍ କରାଯାଇଥିବାରୁ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଲୁଟେରାମାନେ ଲକ୍ଷାଧିକ ଟଙ୍କାର ସମ୍ପତି ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ସକାଳୁ ଲୋକେ ଏହା ଦେଖିବା ପରେ ପରିବାର ଓ ଦୋକାନୀମାନଙ୍କୁ ଜଣାଇଥିଲେ ଏବଂ ତୁରନ୍ତ ଧାମନଗର ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇବା ପରେ ଧାମନଗର ଥାନା ପୋଲିସ ଘଟଣାସ୍ଥଳରେ ତୁରନ୍ତ ପହଂଚି ତଦନ୍ତ ଆରମ୍ଭ କରିଛି। ସାଇଂଟିଫିକ୍ ଟିମ୍ କିମ୍ବା ଫିଙ୍ଗର ପ୍ରିଂଟ ବିଶ୍ଳେଷଣ ମାଧ୍ୟମରେ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ପ୍ରୟାସ ଜାରି ରହିଛି। ବାରମ୍ବାର ଏଭଳି ଚୋରୀ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ପୋଲିସ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande