ତିହିଡି଼ ତହସିଲ ରାସ୍ତାର ମାପଚୁପ ଆରମ୍ଭ, କଂଗ୍ରେସ ଦାବି କରିଥିଲା ଜବରଦଖଲ ଉଚ୍ଛେଦ
ଭଦ୍ରକ, ୬ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ତହସିଲ ରାସ୍ତାର ବର୍ଷା ପାଣିଜମି କୃତିମ ପୋଖରୀ ସୃଷ୍ଟି ହେଉଥିଲା। ରାସ୍ତାର ଜବର ଦଖଲ ପାଇଁ ସମସ୍ୟା ସୃଷ୍ଟି ହେଉଥିଲା।ରାସ୍ତାରୁ ଜବର ଦଖଲ ଉଚ୍ଛେଦ କରି ରାସ୍ତା ନିର୍ମାଣ କରାଯିବାକୁ କଂଗ୍ରେସ ଦାବି କରିଥିଲା।ତେବେ ଏହି ଦାବି ପରେ ମଙ୍ଗଳବାର
TIHIDI TAHASIL RASTA MAPACHUPA


ଭଦ୍ରକ, ୬ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ତହସିଲ ରାସ୍ତାର ବର୍ଷା ପାଣିଜମି କୃତିମ ପୋଖରୀ ସୃଷ୍ଟି ହେଉଥିଲା। ରାସ୍ତାର ଜବର ଦଖଲ ପାଇଁ ସମସ୍ୟା ସୃଷ୍ଟି ହେଉଥିଲା।ରାସ୍ତାରୁ ଜବର ଦଖଲ ଉଚ୍ଛେଦ କରି ରାସ୍ତା ନିର୍ମାଣ କରାଯିବାକୁ କଂଗ୍ରେସ ଦାବି କରିଥିଲା।ତେବେ ଏହି ଦାବି ପରେ ମଙ୍ଗଳବାର ଠାରୁ ତହସିଲଦାର ସୁବାଶିଷ ସାହୁଙ୍କ ନିର୍ଦ୍ଦେଶ କ୍ରମେ ମାପଚୁପ ଆରମ୍ଭ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ସରକାରୀ ଜାଗା ଅବରୋଧ ହୋଇଥିବାରୁ ଏହାକୁ ଚିହ୍ନଟ କରି ଅବରୋଧ ହଟାଇବା ଲକ୍ଷ୍ୟରେ ମାପଚୁପ କରାଯାଉଥିବା ଜଣାଯାଇଛି । ଅପରପକ୍ଷେ ରାସ୍ତାରୁ ଜବରଦଖଲ ଉଚ୍ଛେଦ କରିବା ସହ ଉଭୟ ପାର୍ଶ୍ୱରେ ଡ୍ରେନ ଓ ରାସ୍ତା ନିର୍ମାଣ କରିବାକୁ ବ୍ଲକ କଂଗ୍ରେସ ପକ୍ଷରୁ ଦାବି ହୋଇଥିଲା । ଏହା କରାନଗଲେ ତହସିଲ କାର୍ଯ୍ୟାଳୟ ସାମ୍ନାରେ ଆମରଣ ଅନଶନ କରାଯିବ ବୋଲି ମଧ୍ୟ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଥିଲା ।ତେବେ ଅନଶନ ଦିନ ଗତ ମାସ ୨୮ତାରିଖକୁ ଧାର୍ଯ୍ୟ ହୋଇଥିବା ବେଳେ ତା ପୂର୍ବରୁ ତହସିଲଦାର ସୁବାଶିଷ ସାହୁ ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସଙ୍କ ସମେତ ପୂର୍ବତନ ସମିତିସଭ୍ୟ ସୁରେଶ ମହାପାତ୍ର, ତ୍ରିଲୋଚନ ମହାଳିକ, ସୌମେନ୍ଦ୍ର ପଣ୍ଡା ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ । ବନ୍ୟା ପରିସ୍ଥିତି ଟଳିବା ପରେ ମାପଚୁପ କରାଯାଇ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ତହସିଲଦାର ସାହୁ ପ୍ରତିଶ୍ରୁତି ଦେଇଥିଲେ । ତଦନୁଯାୟୀ ଅନଶନକୁ ସ୍ଥଗିତ ରଖାଯାଇଥିଲା । ଏବେ ତହସିଲ ରାସ୍ତାର ମାପଚୁପ ଆରମ୍ଭ ହୋଇଥିବା ବେଳେ ଏହା ବୁଧବାର ପର୍ଯ୍ୟନ୍ତ ଚାଲିବ ବୋଲି ଜଣାଯାଇଛି । ରାଜସ୍ୱ ନିରୀକ୍ଷକ ଯୋଗେନ୍ଦ୍ର ମାଝୀ, ଭାଗିରଥି ଦାସ, ଦୁର୍ଗାଚରଣ ସେଠୀ, ସରକାରୀ ଅମିନ ସୁବାସ ଚନ୍ଦ୍ର ପଲାଇ, ସୁଜିତ କୁମାର ସିଂ ଏବଂ ଘରୋଇ ଅମିନ ବୀରେନ୍ଦ୍ର କୁମାର ନାୟକ, ଲଳିତ ମୋହନ ମାହୁନ୍ତ ମାପଚୁପ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ଅବରୋଧ ଯୋଗୁ ତହସିଲ ରାସ୍ତା ସଙ୍କୁଚିତ ହେବାସହ ରାସ୍ତାରେ ପାଣି ଜମି ରହୁଥିବାରୁ ହଜାର ହଜାର ଲୋକ ଏବଂ ଯାତାୟତ ସମୟରେ ଦୁର୍ଦ୍ଦଶାରେ ସମ୍ମୁଖୀନ ହେଉଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande