ନୂଆପାଟଣା ଲଷ୍ମୀ ନାରାୟଣ ପୂଜାପାଇଁ ପ୍ରସ୍ତୁତି ବୈଠକ
ଭଦ୍ରକ, ୬ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପିରାହାଟ ଥାନା ଅଧିନ ସିନ୍ଦୋଳ ନୂଆପଟଣା ଗ୍ରାମର ପ୍ରସିଦ୍ଧ ଲଷ୍ମୀ ନାରାୟଣଙ୍କ ପୂଜାପାଇଁ ପ୍ରସ୍ତୁତି ବୈଠକ ପୂଜା କମିଟି ସଭାପତି ଘନଶ୍ୟାମ ପରିଡାଙ୍କ ପୌରହିତ୍ୟରେ ସୋମବାର ଅନୁଷ୍ଠିତ ହୋଇଯାଇଛି।ଲଷ୍ମୀ ନାରାୟଣ ପୂଜା ୭ଦିନ ଧରି ମହା ସମାର
NUAPATANA LAXMI NARAYAN PUJA PRASTUTI


ଭଦ୍ରକ, ୬ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପିରାହାଟ ଥାନା ଅଧିନ ସିନ୍ଦୋଳ ନୂଆପଟଣା ଗ୍ରାମର ପ୍ରସିଦ୍ଧ ଲଷ୍ମୀ ନାରାୟଣଙ୍କ ପୂଜାପାଇଁ ପ୍ରସ୍ତୁତି ବୈଠକ ପୂଜା କମିଟି ସଭାପତି ଘନଶ୍ୟାମ ପରିଡାଙ୍କ ପୌରହିତ୍ୟରେ ସୋମବାର ଅନୁଷ୍ଠିତ ହୋଇଯାଇଛି।ଲଷ୍ମୀ ନାରାୟଣ ପୂଜା ୭ଦିନ ଧରି ମହା ସମାରୋହରେ ଚାଲିବ।ପୂଜାଦିନ ସନ୍ଧ୍ୟା ୭ଟାରୁ ରାତି ୯ଟା ମଧ୍ୟରେ କଳସ ବୁଢାକାର୍ଯ୍ୟ ଶେଷ ହେବ, ଶାନ୍ତିଶୃଙ୍ଖଳାର ସହିତ ପୂଜା ସମାପନ ହେବ, ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ଅପେରା ଯାତ୍ରା ହେବବୋଲି ବୈଠକରେ ଆଲୋଚନା ହୋଇଥିଲା।ଏହି ବୈଠକରେ ପିରାହାଟ ଥାନା ଆଇଆଇସି ରୋଜାଲିନ ବେହେରା,ପୂଜାକମିଟି ଉପଦେଷ୍ଟା କପିଳେନ୍ଦ୍ର ବାରିକ,କାଳନ୍ଦୀ ଦାସ,ସମ୍ପାଦକ ପ୍ରଦୀପ ଦାସ,ପୂର୍ଣ୍ଣ ଚନ୍ଦ୍ର ପରିଡା,ରତିକାନ୍ତ ବାରିକ,ପ୍ରଦୀପ କୁମାର ଲେଙ୍କା,କପିଳେନ୍ଦ୍ର ପରିଡା, ପ୍ରହ୍ଲାଦ ଲେଙ୍କା,କୈଳାଶ ବାରିକ,ସୁଦର୍ଶନ ଲେଙ୍କା,ବିଷ୍ଣୁ ମୋହନ ବାରିକ,ସୁଧାକର ଜେନା,ମନୋଜ କୁମାର ସାହୁ,ସୁଶାନ୍ତ ବାରିକ,ସନାତନ ବାରିକ,ଗୋବିନ୍ଦ ବାରିକ,ନାରାୟଣ ବାରିକ,ବଳଭଦ୍ର ବାରିକ,ଜଗବନ୍ଧୁ ବେହେରା,ରତ୍ନାକର ଦାସ,ରମେଶ ଗୋଛାୟାତ, ରାଜେଶ ଲେଙ୍କା,ଦୀପକ ବାରିକ,ସୀତାକାନ୍ତ ଦାସ ପ୍ରମୁଖ କମିଟି ସଭ୍ୟ ଓ ଗ୍ରାମବାସୀମାନେ ଉପସ୍ଥିତରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande