ଚରମ୍ପା ବରିଷ୍ଠ ନାଗରିକ ସଂଘର ରମା ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହ ଭାବ ବିନିମୟ ଓ ସ୍ୱାସ୍ଥ୍ୟ ପରୀକ୍ଷା
ଭଦ୍ରକ, ୧ ନଭେମ୍ବର (ହି.ସ.) - ବରିଷ୍ଠ ମାନେ ବାର୍ଦ୍ଧକ୍ୟରେ ଉପନୀତ ହୋଇ ସାରିଥିଲେ ମଧ୍ୟ ସମାଜର ହିତ ସାଧନ ପାଇଁ ସଦା ଚେଷ୍ଟିତ। ପରିବାରରୁ ଅଲୋଡ଼ା ବୃଦ୍ଧ ବୟସ୍କ ପିତାମାତା ବୃଦ୍ଧାଶ୍ରମରେ ରହିଲେ ମଧ୍ୟ ଏକାକୀ ସମୟ ବିତାଇବାର ଚିନ୍ତା ଦୂର କରିବାର ଏହା ଏକ ଭ୍ରଷ୍ଟ ଯୁବ ସମାଜକୁ ସଚେତନତା ବାର୍ତା। ଉ
CHARAMPA BARISTA NAGARIKA SANGHA


ଭଦ୍ରକ, ୧ ନଭେମ୍ବର (ହି.ସ.) - ବରିଷ୍ଠ ମାନେ ବାର୍ଦ୍ଧକ୍ୟରେ ଉପନୀତ ହୋଇ ସାରିଥିଲେ ମଧ୍ୟ ସମାଜର ହିତ ସାଧନ ପାଇଁ ସଦା ଚେଷ୍ଟିତ। ପରିବାରରୁ ଅଲୋଡ଼ା ବୃଦ୍ଧ ବୟସ୍କ ପିତାମାତା ବୃଦ୍ଧାଶ୍ରମରେ ରହିଲେ ମଧ୍ୟ ଏକାକୀ ସମୟ ବିତାଇବାର ଚିନ୍ତା ଦୂର କରିବାର ଏହା ଏକ ଭ୍ରଷ୍ଟ ଯୁବ ସମାଜକୁ ସଚେତନତା ବାର୍ତା। ଉକ୍ତ କାର୍ଯ୍ୟକ୍ରମକୁ ଆଉ ପାଦେ ଆଗକୁ ନେଇଛନ୍ତି ଆମ ଅଂଚଳର ସୁନାମଧନ୍ୟା ଭେଷଜ ବିଶେଷଜ୍ଞ ସହକାରୀ ପ୍ରଫେସର ଡାକ୍ତର ଭାଗ୍ୟଶ୍ରୀ ପଣ୍ଡା, ଯୁଗଳକିଶୋର ଅଗ୍ରୱାଲ ପରିଚାଳିତ ରମା ସେବାସଦନ (ବୃଦ୍ଧାଶ୍ରମ)ଚରମ୍ପାର ସମସ୍ତ ଅନ୍ତେବାସୀ ଓ ଶତାଧିକ ବରିଷ୍ଠ ନାଗରିକଙ୍କୁ ଶ୍ରଦ୍ଧାର ସହ ଚିକିତ୍ସା ଓ ଔଷଧ ବଂଟନ କରିବା ସହ ବିଭିନ୍ନ ରୋଗର ନିଦାନ ପରୀକ୍ଷା କରିଥିଲେ। ତତସହ ଭଦ୍ରକ ମେଡିକାଲର ଡାକ୍ତର ପ୍ରଣବ ମହାନ୍ତି ବରିଷ୍ଠ ନାଗରିକ ମାନଙ୍କର ସ୍ୱାସ୍ଥ୍ୟ ଚିକିତ୍ସା କରିଥିଲେ,ବିଶେଷ କରି ଉକ୍ତ ବୃଦ୍ଧାଶ୍ରମରେ ପ୍ରତି ମାସର ଗୋଟିଏ ଦିନ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଡାକ୍ତର ମହାନ୍ତି କହିଥିଲେ,ସମସ୍ତ ପରୀକ୍ଷା ପାଇଁ ଟେକନିସିଆନ ପ୍ରିୟରଞ୍ଜନ ସେଠୀ, ରାଜେଶ୍ୱରୀ ମଲ୍ଲିକ ପରୀକ୍ଷା କରିଥିଲେ। ଉକ୍ତ ଶିବିରଟି ଅନୁଷ୍ଠାନିକ ଭାବେ ସଂଘ ସଭାପତି ଗଗନ ବିହାରୀ ରାଉତଉଦଘାଟନ କରିଥିଲେ। ଆଲୋଚନାରେ ବରିଷ୍ଠ ନାଗରିକ ସଂଘ ଚରମ୍ପାର ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର କହିଲେ କି ସମାଜରେ ଯେଉଁଠି ବୟସ୍କଙ୍କୁ ଅଲୋଡ଼ା ଭାବୁଛନ୍ତି,ତାହାକୁ ଭୁଲ ବୋଲି ପ୍ରମାଣିତ କରି ଆମେ ବି ସମର୍ଥ' କୁ ପାଥେୟ କରି ବେନ୍ତାଳ ମିଶ୍ର ପରିବାରର ସହାୟତାରେ ମାନବ ସେବାହିଁ ମାଧବ ସେବା ଭାବେ ଏହିପରି କାର୍ଯ୍ୟମାନ କରିବା ପାଇଁ ପ୍ରତିଶୃତି ବଦ୍ଧ, ସମସ୍ତ ଙ୍କ ମୁହଁରେ ଆଜି ଯେଉଁ ହସ ଟିକିଏ ଆଣିବାରେ ସହଯୋଗ କରିଛନ୍ତି, ସେମାନଙ୍କ ମଧ୍ୟରୁ ଅନ୍ୟତମ ଆମ ଚରମ୍ପା ସଂଘର ସୀତାକାନ୍ତ ଦାସ, ନରସିଂହ ମିଶ୍ର, ସୁଦର୍ଶନ ବିଶ୍ୱାଳ,ପିତାମ୍ବର ରାଉତ ,ଅମରନାଥ ସାହୁ,ସୁଭାଷିନୀ ନନ୍ଦ, ବାସନ୍ତୀ ରାଉତ, ସୌଦାମିନୀ ନନ୍ଦ, ଶଶିକାନ୍ତ ଧଳ,ଦୟାନିଧି ପୁହାଣ, ପ୍ରଭାକର ଦାସ, ବିଶ୍ୱନାଥ ବାରିକ,ସୁରେନ୍ଦ୍ର ମିଶ୍ର ସହଯୋଗ କରିଥିଲେ। ସଂଘ ସହ ସମ୍ପାଦକ କଳାକାର ମିଶ୍ର ପାଂଚ ହଜାର ଟଙ୍କା ଆôର୍ଥକ ରାଶୀ ଆଜି ପ୍ରଦାନ କରି ଖୁସି ବ୍ୟକ୍ତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande