
ଭୁବନେଶ୍ଵର , 01 ନଭେମ୍ବର (ହି.ସ.)
କନ୍ଧମାଳରେ ବଡ଼ଧରଣର ଭୂସ୍ଖଳନ ପରେ ମାଟି, ପଥର ଓ ଆବର୍ଜନା ସଫା କରିବା ପାଇଁ ଓଡ଼ିଶା ସରକାରଙ୍କୁ ସହାୟତା ଯୋଗାଇବା ନିମନ୍ତେ ଭାରତୀୟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ମାନବ ସମ୍ବଳ ଓ ଭାରୀ ଯନ୍ତ୍ରପାତି ମୁତୟନ।
ଅଦମ୍ୟ ସାହସ, ନିଷ୍ଠା ଓ ବୃତ୍ତିଗତ ଦକ୍ଷତାର ପରିଚୟ ଦେଇ ପୂର୍ବତଟ ରେଳପଥର ଉଦ୍ଧାରକାରୀ ଦଳ ଦୁର୍ଗମ ପାହାଡ଼ିଆ ରାସ୍ତାରେ ପ୍ରାୟ ତିନି ଘଣ୍ଟାର ପଦଯାତ୍ରା କରି ଭୂସ୍ଖଳନ ପ୍ରଭାବିତ ସ୍ଥଳରେ ପହଞ୍ଚିଥିଲେ ଏବଂ ଜରୁରୀକାଳୀନ ଉଦ୍ଧାର ଓ ସହାୟତା କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଯୋଗ ଯୋଗାଇଥିଲେ।
ସେମାନଙ୍କର ଦୃଢ଼ ମନୋବଳ, ସମୂହଗତ କାର୍ଯ୍ୟଦକ୍ଷତା ଓ କର୍ତ୍ତବ୍ୟ ପ୍ରତି ଅତୁଟ ନିଷ୍ଠା, ଜନସେବା ଏବଂ ସମାଜ ପ୍ରତି ସମର୍ପଣର ଏହା ଏକ ଉତ୍କୃଷ୍ଟ ଉଦାହରଣ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା