କାଁପଡା ମଠସାହିରେ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଂଟନ
ଭଦ୍ରକ, ୧ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାଁପଡା ପଂଚାୟତ ଅଧିନ ମଠସାହି ଗ୍ରାମର କିଛି ଅସହାୟ ମାନଙ୍କୁ ପୂର୍ବତନ ବିଧାୟକ ସ୍ୱର୍ଗତ ମନମୋହନ ଦାସ ଓ ସ୍ୱର୍ଗତ ରମାମଣି ଦାସ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ୱାମୀ ଶ୍ରୀ ଓଡିଶା ଠାକୁର ବାବା ଋଷି ମହାରାଜ ମେନେଜିଙ୍ଗ ଟ୍ରଷ୍ଟି ସହାୟତାରେ
KANPADA MATHASAHI CHARITABLE TRUST


ଭଦ୍ରକ, ୧ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାଁପଡା ପଂଚାୟତ ଅଧିନ ମଠସାହି ଗ୍ରାମର କିଛି ଅସହାୟ ମାନଙ୍କୁ ପୂର୍ବତନ ବିଧାୟକ ସ୍ୱର୍ଗତ ମନମୋହନ ଦାସ ଓ ସ୍ୱର୍ଗତ ରମାମଣି ଦାସ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ୱାମୀ ଶ୍ରୀ ଓଡିଶା ଠାକୁର ବାବା ଋଷି ମହାରାଜ ମେନେଜିଙ୍ଗ ଟ୍ରଷ୍ଟି ସହାୟତାରେ ରବିବାର ଶୁଖୁଲାଖାଦ୍ୟ ବଂଟନ କରାଯାଇଛି।ମଠସାହି ରାଜସ୍ୱ ଗ୍ରାମର ୪ଟି ୱାର୍ଡର ୧୦୦ ଜଣ ଭିନ୍ନକ୍ଷମ ଓ ବିଧବାଙ୍କୁ ଲୁଣ,ଗୁଡ଼,ମୁଢି,ଚିନି,ଅମୁଲ,ବିସ୍କୁଟ, ପାଚିଲାକଦଳୀ ,ପାଣିବୋତଲ ଇତ୍ୟାଦି ପ୍ୟାଜେଟ କରାଯାଇ ବଂଟନ କରାଯାଇଥିଲା।ଏହି ଅବସରରେ ଅଙ୍ଗନବାଡି କର୍ମୀ କବୟତ୍ରୀ ରୁବି ଲତା ଦାସଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥିଭାବେ ସ୍ୱାମୀ ଶ୍ରୀ ଓଡିଶା ଠାକୁର ବାବା ଋଷି ମହାରାଜ ଯୋଗଦେଇ ଅସହାୟ ମାନେ ନିଜକୁ ଦୁର୍ବଳ ନଭାବି ଆତ୍ମନିର୍ଭରଶୀଳ ହେବା ଉଚିତ ବୋଲି କହିଥିବା ବେଳେ ପରିବେଶକୁ ସ୍ୱଚ୍ଛ ରଖିବା ସହିତ ଶିକ୍ଷିତ ହେବାକୁ ପରାମର୍ଶ ଦେଇଥିଲେ।ଏଥିରେ ସମ୍ନାନିତ ଅତିଥି ଭାବେ ଚାରୁ ଚନ୍ଦ୍ର ମଲ୍ଲିକ,ସାମ୍ବାଦିକ ପ୍ରଭାତ ରାଉଳ, ତାପସ ଦାସ,ସମାଜସେବୀକା ମାନସୀ ନାୟକ,ସୁଶାନ୍ତ କୁମାର ଦାସ,ସୁବଳ ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ଦେଇଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande