ବାତ୍ୟା ‘ଅର୍ଣ୍ଣବ’ ଜନିତ କ୍ଷୟକ୍ଷତିର ଆକଳନ ପାଇଁ ନଭେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ କେନ୍ଦ୍ରୀୟ ଆନ୍ତଃମନ୍ତ୍ରଣାଳୟସ୍ତରୀୟ ଟିମ୍
କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ସହ କ୍ଷୟକ୍ଷତିର କରିବେ ଆକଳନ - କେନ୍ଦ୍ରୀୟ ଟିମ୍‌ର ନେତୃତ୍ୱ ନେବେ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ରବି ଶଙ୍କର ଭୁବନେଶ୍ୱର, ୧ ନଭେମ୍ବର (ହି.ସ.) ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟଜନି
ବାତ୍ୟା ‘ଅର୍ଣ୍ଣବ’ ଜନିତ କ୍ଷୟକ୍ଷତିର ଆକଳନ ପାଇଁ ନଭେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ କେନ୍ଦ୍ରୀୟ ଆନ୍ତଃମନ୍ତ୍ରଣାଳୟସ୍ତରୀୟ ଟିମ୍


- କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ସହ କ୍ଷୟକ୍ଷତିର କରିବେ ଆକଳନ

- କେନ୍ଦ୍ରୀୟ ଟିମ୍‌ର ନେତୃତ୍ୱ ନେବେ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ରବି ଶଙ୍କର

ଭୁବନେଶ୍ୱର, ୧ ନଭେମ୍ବର (ହି.ସ.) ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ଓ ଅନ୍ୟାନ୍ୟ ବିପର୍ଯ୍ୟୟଜନିତ କ୍ଷୟକ୍ଷତିର ଆକଳନ ନିମନ୍ତେ କେନ୍ଦ୍ର ସରକାରଙ୍କ ଏକ ୮ ଜଣିଆ ଆନ୍ତଃମନ୍ତ୍ରଣାଳୟସ୍ତରୀୟ କେନ୍ଦ୍ରୀୟ ଟିମ୍ ନଭେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତ କରିବେ। ଏହି ଟିମ୍ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କରିବା ସହ କ୍ଷୟକ୍ଷତିର ସ୍ଥଳଭିତ୍ତିକ ଆକଳନ କରିବେ।

କେନ୍ଦ୍ରୀୟ ଟିମ୍‌ର ନେତୃତ୍ୱ ନେବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ରବି ଶଙ୍କର। ସେ ନଭେମ୍ବର ୨ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଟିମ୍‌ର ଅନ୍ୟ ସଦସ୍ୟମାନେ ନଭେମ୍ବର ୨ ତାରିଖ ସନ୍ଧ୍ୟା ସୁଦ୍ଧା କିମ୍ବା ନଭେମ୍ବର ୩ ତାରିଖ ସକାଳ ସୁଦ୍ଧା ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ପ୍ରସ୍ତୁତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ପରିଦର୍ଶନ କରିବେ।

ଏହି କେନ୍ଦ୍ରୀୟ ଟିମ୍‌ରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗର ନିମ୍ନଲିଖିତ ଅଧିକାରୀମାନେ ସଦସ୍ୟ ଭାବେ ସାମିଲ ଅଛନ୍ତି।

୧. ଶ୍ରୀ ରବି ଶଙ୍କର, ଯୁଗ୍ମ ସଚିବ , କେନ୍ଦ୍ର ଗୃହ ମନ୍ତ୍ରଣାଳୟ – ଟିମ୍ ଲିଡର।

୨. ଡ. ମାନ୍ ସିଂହ, ନିର୍ଦ୍ଦେଶକ, କୃଷି ଓ କୃଷକ କଲ୍ୟାଣ ବିଭାଗ, ଧାନ ବିକାଶ ନିର୍ଦ୍ଦେଶାଳୟ, ପାଟନା।

୩. ଶ୍ରୀ ରାହୁଲ ଚୌରାସିଆ, ଉପନିର୍ଦ୍ଦେଶକ , ବ୍ୟୟ ବିଭାଗ, କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ, ନୂଆଦିଲ୍ଲୀ।

୪. ଶ୍ରୀ ଦିଲୀପ କୁମାର ଜେନା, ନିର୍ଦ୍ଦେଶକ, ଜଳଶକ୍ତି ମନ୍ତ୍ରଣାଳୟ, , କେନ୍ଦ୍ରୀୟ ଜଳ ଆୟୋଗ, ଭୁବନେଶ୍ୱର।

୫. ଶ୍ରୀ କରନ ସରିନ୍, ଉପନିର୍ଦ୍ଦେଶକ, କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ, କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ, ନୂଆଦିଲ୍ଲୀ।

୬. ଶ୍ରୀ ସୁନୀଲ କୁମାର, ଅଧୀକ୍ଷଣ ଯନ୍ତ୍ରୀ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ, ଭୁବନେଶ୍ୱର।

୭. ଶ୍ରୀ ଅଜୟ କୁମାର ସାହୁ, ଅନୁଶାସନ ସଚିବ , ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, ନୂଆଦିଲ୍ଲୀ।

୮. ଶ୍ରୀ ସି. ସାଇ କୃଷ୍ଣ, ବୈଜ୍ଞାନିକ ‘ଡି’, ଜାତୀୟ ରିମୋଟ୍ ସେନ୍ସିଂ କେନ୍ଦ୍ର, ଇସ୍ରୋ, ମହାକାଶ ବିଭାଗ, ହାଇଦ୍ରାବାଦ।

ଏହି ଗସ୍ତ ସମୟରେ କେନ୍ଦ୍ରୀୟ ଟିମ୍ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଯୋଗୁଁ କୃଷି, ଭିତ୍ତିଭୂମି, ସଡ଼କ, ବିଦ୍ୟୁତ୍, ଜଳସମ୍ପଦ ତଥା ଅନ୍ୟାନ୍ୟ କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିବେ। ଏଥିସହିତ ପ୍ରଭାବିତ ଅଞ୍ଚଳର ସ୍ଥିତି, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିବେ।

ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ଟିମ୍‌ର ଗସ୍ତ ନିମନ୍ତେ ଆବଶ୍ୟକୀୟ ରହଣି, ପରିବହନ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବା ସହ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ପାଇଁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande