ଛୁରୀ ଦେଖାଇ ଲୁଟ୍ ଘଟଣାରେ ୨ ଗିରଫ, ଟଙ୍କା ଓ ଆଇଫୋନ୍ ଜବତ
ଛୁରୀ ଦେଖାଇ ଲୁଟ୍ ଘଟଣାରେ ୨ ଗିରଫ, ଟଙ୍କା ଓ ଆଇଫୋନ୍ ଜବତ
ଛୁରୀ ଦେଖାଇ ଲୁଟ୍ ଘଟଣାରେ ୨ ଗିରଫ, ଟଙ୍କା ଓ ଆଇଫୋନ୍ ଜବତ


ଛୁରୀ ଦେଖାଇ ଲୁଟ୍ ଘଟଣାରେ ୨ ଗିରଫ, ଟଙ୍କା ଓ ଆଇଫୋନ୍ ଜବତ


ସମ୍ବଲପୁର, ୦୧, ନଭେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ସାଦେଇପାଲି ଛକ ନିକଟରେ ଛୁରୀ ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟ୍ ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫଙ୍କ ମଧ୍ୟରେ ମହତାବ ନଗରର ୨୨ ବର୍ଷିୟ ଦୁବେଶ ଓରଫ୍ ପ୍ରେମ କଲେତ ଏବଂ ସାଗର ଦୁଙ୍ଗୁରି ଓରଫ୍ କାଂଚା । ଉଭୟ ଅଭିଯୁକ୍ତ ବୁର୍ଲା ଥାନା ଅଞ୍ଚଳର ବାସିନ୍ଦା। ପୋଲିସ ସୂଚନାନୁଯାୟୀ, ଗତ ଅକ୍ଟୋବର ୩୦ ତାରିଖ ଅପରାହ୍ନ ପ୍ରାୟ ୫ଟା ୪୦ ମିନିଟ୍ ସମୟରେ ବୁର୍ଲା ସାଦେଇପାଲି ଛକ ନିକଟରେ ରାମଚନ୍ଦ୍ର ସାହୁ ନାମକ ବ୍ୟକ୍ତି ଛିଡ଼ା ହୋଇଥିବା ବେଳେ ତିନି ଜଣ ଯୁବକ ତାଙ୍କୁ ଘେରି ଯାଇଥିଲେ। ତାଙ୍କ ଚଳପ୍ରଚଳକୁ ରୋକିବା ସହ ଛୁରୀ ଦେଖାଇ ଗୁଗଲ୍ ପେ ମାଧ୍ୟମରେ ଟଙ୍କା ଦେବାକୁ ଧମକ ଦେଇଥିଲେ। ଟଙ୍କା ଦେବାକୁ ମନା କରିବାରୁ ଛୁରୀ ମୁନରେ ଭୟଭୀତ କରି ତାଙ୍କ ଆଇ-ଫୋନ୍ ଛଡ଼ାଇ ନେଇଥିଲେ। ପରେ ଫୋନ୍ର ଗୁଗଲ୍ ପେ' ସ୍କାନର ଖୋଲି ପାସୱାର୍ଡ ମାଧ୍ୟମରେ ଅନଲକ୍ କରି ମୋଟ ୫ ହଜାର ୫ଶହ ଟଙ୍କା ନିଜ ଆକାଉଂଟକୁ ଟ୍ରାନ୍ସଫର କରି ନେଇଥିଲେ। ଏହାସହ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଲେ ଗୁରୁତର ପରିଣାମ ଭୋଗିବାକୁ ପଡ଼ିବ ବୋଲି ମଧ୍ୟ ଧମକ ଦେଇଥିଲେ। ଏ ସମ୍ପର୍କରେ ରାମଚନ୍ଦ୍ର ସାହୁ ବହୁ ଭାବିଚିନ୍ତି ପୋଲିସ ଉପରେ ଭରସା ରଖି ଶେଷରେ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏ ସମ୍ପର୍କରେ ବୁର୍ଲା ଥାନାରେ ୪୬୦/୨୬ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲୁଟ୍ ହୋଇଥିବା ୫ ହଜାର ୫ ଶହ ଟଙ୍କା ଏବଂ ଆଇଫୋନ୍ ୧୬ ପ୍ଲସ୍ କୁ ଜବତ କରିଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଆଜି କୋର୍ଟ ଚାଲାଣ କରିଛି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande