ଘରେ ପଶି ଚୋରି କରିଥିବା ୧୧ ପ୍ରକାର ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

ସମ୍ବଲପୁର, ୦୧, ନଭେମ୍ବର (ହି.ସ.) - ସମ୍ବଲପୁର ଜିଲ୍ଲା ବୁର୍ଲା ବୋର୍ଡ କଲୋନୀର ଏକ ଘରୁ ହୋଇଥିବା ଚୋରି ଘଟଣାରେ ବୁର୍ଲା ଥାନା ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିବା ସହ ୧୧ ପ୍ରକାରର ଚୋରି ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ବୋର୍ଡ କଲୋନୀର ୨୭ ବର୍ଷିୟ ଶଙ୍କର ବିଶ୍ୱାଳ ବୋଲି ପୋଲିସ କହିଛି। ପୋଲିସର ସୂଚନାନୁଯାୟୀ, ଗତ ଅକ୍ଟୋବର ୩୧ ତାରିଖ ରାତି ୧୦ଟାରୁ ନଭେମ୍ବର ୧ ତାରିଖ ସକାଳ ୫ଟା ମଧ୍ୟରେ ବୁର୍ଲା ବୋର୍ଡ କଲୋନୀର କ୍ୱାଟର ନମ୍ବର ଏଫ୍-୧୩/୦୫ ରୁ ଚୋରି ହୋଇଥିଲା। ଏ ନେଇ ବୁର୍ଲା ଥାନାରେ ଅଭିଯୋଗ ହେବାପରେ ପୋଲିସ ୪୬୩/୨୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ବିଶ୍ୱସ୍ତ ସୂତ୍ରର ସୂଚନାକ୍ରମେ ସନ୍ଦିଗ୍ଧ ଶଙ୍କର ବିଶ୍ୱାଳକୁ ଧରିବା ସହ ତା' ନିକଟରୁ ସମସ୍ତ ଚୋରି ସାମଗ୍ରୀ ଜବତ କରିଥିଲା। ପୋଲିସର ଏହି ଚଢ଼ାଉରେ ଗୋଟିଏ ଏଚ୍ପି ଲାପଟପ୍, ଗୋଟିଏ ସାମସଙ୍ଗ ଲାପଟପ୍, ଗୋଟିଏ ଏଚପି ପ୍ରିଂଟର, ଗୋଟିଏ ବୋଷ୍ ଭାଇବ୍ରେଟର ମେସିନ୍, ଗୋଟିଏ ଇଣ୍ଡେନ୍ ଗ୍ୟାସ୍ ସିଲିଣ୍ଡର, ଗୋଟିଏ ହୋଣ୍ଡା ସାଇନ୍ ବାଇକ୍ ଚାବି, ବିଭିନ୍ନ ଆକାରର ୧୨ଟି ସ୍ପାନର ରେଂଚ, ଗୋଟିଏ ଏସି ଷ୍ଟାବିଲାଇଜର, ଗୋଟିଏ ଇଂଟେକ୍ସ ସାଉଣ୍ଡ ସିଷ୍ଟମ୍, ଗୋଟିଏ କଟର ମେସିନ୍ ଏବଂ ନଗଦ ୯ ହଜାର ୬୪୫ ଟଙ୍କା ଜବତ୍ କରିଥିଲା । ଗିରଫ ଅଭିଯୁକ୍ତ ବିରୋଧରେ ପୂର୍ବରୁ ମଧ୍ୟ ବୁର୍ଲା ଥାନାରେ ୪୩୪/୨୬ ରେ ଅନ୍ୟ ଏକ ଚୋରି ମାମଲା ରହିଥିବା ପୋଲିସ ପ୍ରକାଶ କରିଛି। ଗିରଫ ଅଭିଯୁକ୍ତ ଶଙ୍କରକୁ ଆଜି ପୋଲିସ କୋର୍ଟ ଚାଲାଣ କରିଛି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande