ଗିଡିପାଵାଲିରେ ନିଖୋଜଙ୍କ ତଲାସୀ ଅଭିଯାନ ଜାରି
ଗଂଜାମ, 01 ନଭେମ୍ବର (ହି.ସ.) ଭଞ୍ଜନଗର ବ୍ଲକର ଦୁର୍ଗମ ଅଞ୍ଚଳ ଗିଡିପାଵାଲି ପାହାଡ ତଳେ ବାତ୍ୟା ଓ ବନ୍ୟାରେ ପ୍ରାୟ ବାରଜଣ ପୋତି ହୋଇ ରହିବା ଫଳରେ ସେଠାରେ ପ୍ରଶାସନ ପକ୍ଷରୁ ପୁରାଦମ ଲଗାଇ ନିଖୋଜଙ୍କୁ ଖୋଜାଚାଲିଛି। ଓଡ୍ରାଫ ଟିମ ଏନଡିଆରଏଫ ଟିମ, ଦମକଳବାହିନୀ, ନୌଵାହିନୀ ଓ ରେଳ ବାହିନୀର ରେସକ୍ୟୁ
ଗିଡିପାଵାଲିରେ ନିଖୋଜଙ୍କ ତଲାସୀ ଅଭିଯାନ ଜାରି


ଗଂଜାମ, 01 ନଭେମ୍ବର (ହି.ସ.) ଭଞ୍ଜନଗର ବ୍ଲକର ଦୁର୍ଗମ ଅଞ୍ଚଳ ଗିଡିପାଵାଲି ପାହାଡ ତଳେ ବାତ୍ୟା ଓ ବନ୍ୟାରେ ପ୍ରାୟ ବାରଜଣ ପୋତି ହୋଇ ରହିବା ଫଳରେ ସେଠାରେ ପ୍ରଶାସନ ପକ୍ଷରୁ ପୁରାଦମ ଲଗାଇ ନିଖୋଜଙ୍କୁ ଖୋଜାଚାଲିଛି। ଓଡ୍ରାଫ ଟିମ ଏନଡିଆରଏଫ ଟିମ, ଦମକଳବାହିନୀ, ନୌଵାହିନୀ ଓ ରେଳ ବାହିନୀର ରେସକ୍ୟୁ ପ୍ରଭୃତି ନଅଟି ଟିମ ଆଧୁନିକ ଯନ୍ତ୍ରପାତି ସହ ମଣିଷ ଖୋଜା ଚାଲିଛି। ଗତକାଲି ଜଣେ ବ୍ୟକ୍ତିଙ୍କ ମୃତଦେହ ଘଟଣା ସ୍ଥଳରୁ ମିଳିଥିଲା। ସେଠାରେ ଅନବରତ ବର୍ଷା ଚାଲିଥିବାରୁ ଓ ସନ୍ଧ୍ୟା ହୋଇ ଯିଵାରୁ ଅନ୍ୟ ମାନଙ୍କ ସନ୍ଧାନ ନେବା ସମ୍ଭବ ହୋଇନଥିଲା। ଆଜିପୁଣି ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande