
ସମ୍ବଲପୁର, ୧ ନଭେମ୍ବର (ହି.ସ.)- ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ରବିବାର ଅପରାହ୍ନରେ ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯିବା ଆରମ୍ଭ ହୋଇଛି । ଏନେଇ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନଦୀବନ୍ଧର ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କୁ ସତର୍କ କରାଯାଇଛି। ଜଳ ନିଷ୍କାସନ ସମୟରେ ମହାନଦୀର ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ନଦୀ ମଧ୍ୟକୁ ପ୍ରବେଶ ନକରିବା ସହ ଅନ୍ୟାନ୍ୟ କାର୍ଯ୍ୟରେ ନଦୀ ଜଳ ବ୍ୟବହାର କରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। କୌଣସି ଦୁର୍ଘଟଣା ଘଟିଲେ ସେଥିପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ବୋଲି ସୂଚନାରେ ସ୍ପଷ୍ଟ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ