ସରକାରୀ ମାନ୍ୟତା ପାଇଁ ଲୋକ ଦାବି କରୁଛନ୍ତି ,ସପ୍ତମ ବର୍ଷରେ ବଲାଙ୍ଗିର ଦିନ୍
ବଲାଙ୍ଗିର, 01 ନଭେମ୍ବର (ହି.ସ.) ସପ୍ତମ ବର୍ଷରେ ବଲାଙ୍ଗିର ଦିନ କାର୍ଯ୍ୟକ୍ରମ ପଦାର୍ପଣ କରିଛି । ଏହି କାର୍ଯ୍ୟକ୍ରମର ମହତ ଉଦ୍ଦେଶ୍ୟ ଓ ଐତିହାସିକ ପୃଷ୍ଠଭୂମି ଅଛି । ଓଡିଶାରେ ଯେତେବେଳେ ଗଣତନ୍ତ୍ର ପ୍ରତିଷ୍ଠା ହେବା ପରେ ପ୍ରଥମ କରି ୦୧.୦୧.୧୯୪୮ ମସିହାରେ ଗଡଜାତ ଅଂଚଳ ମିଶ୍ରଣ ହୋଇ ଆଜିର ବଲାଙ୍ଗ
ସରକାରୀ ମାନ୍ୟତା ପାଇଁ ଲୋକ ଦାବି କରୁଛନ୍ତି ,ସପ୍ତମ ବର୍ଷରେ ବଲାଙ୍ଗିର ଦିନ୍


ବଲାଙ୍ଗିର, 01 ନଭେମ୍ବର (ହି.ସ.)

ସପ୍ତମ ବର୍ଷରେ ବଲାଙ୍ଗିର ଦିନ କାର୍ଯ୍ୟକ୍ରମ ପଦାର୍ପଣ କରିଛି । ଏହି କାର୍ଯ୍ୟକ୍ରମର ମହତ ଉଦ୍ଦେଶ୍ୟ ଓ ଐତିହାସିକ ପୃଷ୍ଠଭୂମି ଅଛି । ଓଡିଶାରେ ଯେତେବେଳେ ଗଣତନ୍ତ୍ର ପ୍ରତିଷ୍ଠା ହେବା ପରେ ପ୍ରଥମ କରି ୦୧.୦୧.୧୯୪୮ ମସିହାରେ ଗଡଜାତ ଅଂଚଳ ମିଶ୍ରଣ ହୋଇ ଆଜିର ବଲାଙ୍ଗିର ଜିଲ୍ଲା ପାଟଣା ବଲାଙ୍ଗିର ଜିଲ୍ଲା ନାମରେ ଘୋଷଣା ହୋଇଥିଲା । କିନ୍ତୁ ଆମ ଅଂଚଳରେ ଅନେକ ପ୍ରଜା ଆନ୍ଦୋଳନର ନେତୃତ୍ୱ ନେଉଥିଲେ କିନ୍ତୁ ଆମ ପଡୋଶୀ ଗ୍ରାମ ଚୁଡାପାଲିି ସ୍ଥିତ ଯୋଗେଶ୍ୱର କୁମୁରା ମୁଖ୍ୟ ସୁତ୍ରଧର ଥିଲେ । ବଲାଙ୍ଗିର ର ସ୍ୱାଭିମାନ, ଅସ୍ମିତା ତଥା ସମୃଦ୍ଧ ଇତିହାସ ଓ ପ୍ରାକୃତିକ ପରିବେଶ ର ସୁରକ୍ଷା କୁ ନେଇ ଲଢେଇ କରୁଥିଲେ । ପରବର୍ତ୍ତି ସମୟରେ ୧ ନଭେମ୍ବର ୧୯୪୯ ମସିହାରେ ଜିଲ୍ଲା ପୁର୍ନଗଠନ ହେବା ସମୟରେ ଏ ଅଂଚଳର ଦାବିକୁ ଗୁରୁତ୍ୱ ଦେଇ ଓଡିଶା ସରକାର ଆମ ଜିଲ୍ଲାର ନାମ ବଲାଙ୍ଗିର ଘୋଷଣା କରିଥିଲେ । ଯାହାକି ସ୍ୱର୍ଗତ ଜ୍ୟୋତିରଂଜନ ପାଣିଗ୍ରାହୀଙ୍କ ଉଦ୍ୟମ ତଥା ଐତିହାସିକ ଶିବ ପ୍ରସାଦ ନନ୍ଦ ଙ୍କ ମାର୍ଗଦର୍ଶନରେ ବଲାଙ୍ଗିର ଦିନ୍ ଆରମ୍ଭ କରାଯାଇଥିଲା । ଆଜି ଏହି ପୂର୍ଣ୍ୟତିଥିରେ ବଲାଙ୍ଗିର ଦିନ୍ ର ଆବାହକ ଜୟକୃଷ୍ଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଜିଲ୍ଲାର ସାମୁହିକ ଉନ୍ନତି ନିମନ୍ତେ ଇତିହାସକୁ ମନେ ପକାଇ ସାଂସ୍କୃତିକ ପରଂପରା ଓ ଖେଳ ମାଧ୍ୟମରେ ଆଗାମୀ ପିଢି ପାଇଁ ଏକ ପ୍ରେରଣାର ମାଧ୍ୟମ ହୋଇଛି । ଆଜି ବାରପୁଡୁଗିଆ ଶହ ଶହ ଲୋକଙ୍କ ଗହଣରେ ବଲାଙ୍ଗିର ଦିନ୍ କେକ୍ କାଟି ପାଳନ କରାଯାଇଛି । ମୁଖ୍ୟ ଅତିଥି ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ଗୋଲାପ ବାଗ, ସରପଂଚ ଜନ୍ମଜୟ ମେହେର, ନିଳାଦ୍ରି ମିଶ୍ର, ଗିରିଧାରି କାଲସାଏ ମଦନ ସାହୁ, ବିକାଶ ନାଏକ, ଗଦନ ସାହୁ, ସଂଜୟ ନାଏକ, କୈଳାସ ନାଏକ ପ୍ରମୁଖ ଯୋଗ ଦେଇ ଶୁଭେଚ୍ଛା ଜଣାଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande