
ଭୁବନେଶ୍ୱର, 01 ନଭେମ୍ବର (ହି.ସ.)- ବିଭିନ୍ନ
ରାଜ୍ୟର ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି । ଏକ୍ସ
ହ୍ୟାଣ୍ଡେଲରେ ଏକ ଶୁଭେଚ୍ଛା ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ପଡ଼ୋଶୀ ରାଜ୍ୟ
ଛତିଶଗଡ଼କୁ ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସମାନ ସୀମା,
ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଭାଇଚାରାର ଦୃଢ଼
ସମ୍ପର୍କରେ ବାନ୍ଧି ହୋଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଏକ ଘନିଷ୍ଠ ଓ ଆତ୍ମୀୟ ସମ୍ପର୍କ ରହିଛି।
ଉଭୟ ରାଜ୍ୟର ଲୋକଙ୍କ ପ୍ରଗତି, ସମୃଦ୍ଧି ଓ ମଙ୍ଗଳ ପାଇଁ ଏହି ସମ୍ପର୍କ ଆହୁରି ସୁଦୃଢ଼ ହେଉ। ଛତିଶଗଡ଼ର ଉଜ୍ଜ୍ୱଳ ଓ ସମୃଦ୍ଧ ଭବିଷ୍ୟତ କାମନା କରୁଛି।
ମଧ୍ୟପ୍ରଦେଶବାସୀଙ୍କୁ
ଶୁଭେଚ୍ଛା ବାର୍ତ୍ତା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମଧ୍ୟପ୍ରଦେଶର ରାଜ୍ୟ ପ୍ରତିଷ୍ଠା
ଦିବସ ଅବସରରେ ସେଠାକାର ସମସ୍ତ ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସମୃଦ୍ଧ
ସଭ୍ୟତାର ଐତିହ୍ୟ, ସମାନ ସାଂସ୍କୃତିକ
ମୂଲ୍ୟବୋଧ ଏବଂ ଜାତୀୟ ଏକତାର ଦୃଢ଼ ଭାବନା ଦ୍ୱାରା ଓଡ଼ିଶା ଓ ମଧ୍ୟପ୍ରଦେଶ ପରସ୍ପର ସହ ଜଡ଼ିତ। ଉଭୟ ରାଜ୍ୟ ଭାରତର ଚିରନ୍ତନ ପରମ୍ପରା ଓ
ସାଂସ୍କୃତିକ ଐତିହ୍ୟକୁ ଗର୍ବର ସହ ସମ୍ମାନ ଜଣାଇ ଆସୁଛନ୍ତି। ମଧ୍ୟପ୍ରଦେଶ ବିକାଶ ଓ ସମୃଦ୍ଧିର ପଥରେ ନିରନ୍ତର ଆଗକୁ ବଢ଼ୁ ଏବଂ ରାଜ୍ୟବାସୀଙ୍କ ପାଇଁ
ନୂତନ ସୁଯୋଗ ସୃଷ୍ଟି ସହ ଉନ୍ନତ ଜୀବନଧାରଣର ପଥ ପ୍ରଶସ୍ତ କରୁ। ରାଜ୍ୟର ନିରନ୍ତର ପ୍ରଗତି ଓ
ସଫଳତା କାମନା କରୁଛି।
ଆଉ ଏକ ବାର୍ତ୍ତାରେ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କର୍ଣ୍ଣାଟକ ରାଜ୍ୟୋତ୍ସବ ଅବସରରେ କର୍ଣ୍ଣାଟକବାସୀଙ୍କୁ
ହାର୍ଦ୍ଦିକ ଶୁଭେଚ୍ଛା। ଗୌରବମୟ ସାଂସ୍କୃତିକ ଐତିହ୍ୟ, ସମୃଦ୍ଧ ଭାଷା ପରମ୍ପରା ଏବଂ ଭାରତର ବିକାଶରେ ଉଲ୍ଲେଖନୀୟ ଅବଦାନକୁ ନେଇ କର୍ଣ୍ଣାଟକ ଆମ
ଦେଶର ବିବିଧତା ମଧ୍ୟରେ ଏକତାର ଏକ ପ୍ରତୀକ ଭାବେ ପରିଚିତ। ଏହି ରାଜ୍ୟ ପ୍ରଗତି ଓ ସମୃଦ୍ଧିର
ନୂତନ ଶିଖର ଛୁଇଁବା ସହ ରାଜ୍ୟବାସୀଙ୍କ ପାଇଁ ଅଧିକ ସୁଯୋଗ ଓ ଉନ୍ନତ ଜୀବନଧାରଣର ପଥ ପ୍ରଶସ୍ତ
କରୁ। କର୍ଣ୍ଣାଟକର ନିରନ୍ତର ବିକାଶ, ପ୍ରଗତି ଓ ସଫଳତା କାମନା କରୁଛି।
ଏକ୍ସ ହ୍ୟାଣ୍ଡେଲରେ ଏକ
ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେରଳମ୍ ପିରାଭି ଅବସରରେ କେରଳବାସୀଙ୍କୁ
ହାର୍ଦ୍ଦିକ ଶୁଭେଚ୍ଛା। ସବୁଜିମାଭରା ପ୍ରାକୃତିକ ପରିବେଶଠାରୁ ଆରମ୍ଭ କରି ଶାନ୍ତ ଓ ସୁନ୍ଦର
ଜଳପଥ ପର୍ଯ୍ୟନ୍ତ ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କେରଳମ୍ ଭାରତର ପ୍ରାକୃତିକ
ଓ ସାଂସ୍କୃତିକ ଐତିହ୍ୟର ଏକ ଅମୂଲ୍ୟ ସମ୍ପଦ। ଏହି ସୁନ୍ଦର ଭୂମି ଶାନ୍ତି ଓ ସମୃଦ୍ଧିର ପଥରେ
ନିରନ୍ତର ଆଗକୁ ବଢ଼ୁ ଏବଂ ଏହାର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଗାମୀ ପିଢ଼ି ପାଇଁ
ସୁରକ୍ଷିତ ରହୁ। କେରଳମ୍ର ସମସ୍ତ ଜନସାଧାରଣଙ୍କ ସୁଖ, ଶାନ୍ତି ଓ ମଙ୍ଗଳ କାମନା କରୁଛି।
ହରିୟାଣାର ରାଜ୍ୟ ପ୍ରତିଷ୍ଠା
ଦିବସ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ
କହିଛନ୍ତି ଯେ, ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ବୀରତ୍ୱ ଏବଂ ଭାରତର କୃଷି କ୍ଷେତ୍ରର ବିକାଶ ଓ କ୍ରୀଡ଼ା ଜଗତର ଉତ୍କର୍ଷତାରେ ଅମୂଲ୍ୟ
ଅବଦାନ ପାଇଁ ହରିୟାଣା ବେଶ୍ ପରିଚିତ। ଏହି ରାଜ୍ୟ ଦୃଢ଼ ସଂକଳ୍ପ ଓ ଉଦ୍ୟମଶୀଳତାର ଏକ ପ୍ରତୀକ। ହରିୟାଣା
ନିରନ୍ତର ପ୍ରଗତି ଓ ସମୃଦ୍ଧିର ପଥରେ ଆଗକୁ ବଢ଼ୁ ଏବଂ ରାଜ୍ୟବାସୀଙ୍କ ପାଇଁ ଅଧିକ ସୁଯୋଗ
ସୃଷ୍ଟି କରିବା ସହ ସେମାନଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ମଙ୍ଗଳ ଆଣୁ। ହରିୟାଣାର ନିରନ୍ତର ବିକାଶ, ପ୍ରଗତି ଓ ସଫଳତା କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା