
ଭୁବନେଶ୍ୱର, 01 ନଭେମ୍ବର (ହି.ସ.)- କବି ଭ୍ରମରବର
ରାୟଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ
। ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଓଡ଼ିଆ କାବ୍ୟ
ସାହିତ୍ୟର ଦିଗଦର୍ଶକ, ରୀତିଯୁଗୀୟ
ସାହିତ୍ୟର ଅଦ୍ୱିତୀୟ ପ୍ରତିଭା ବୈଷ୍ଣବ କବି ଭ୍ରମରବର ରାୟଙ୍କ ଜୟନ୍ତୀ ଅବସରରେ ତାଙ୍କ ଅମର
ଆତ୍ମା ନିକଟରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା