ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ କୋରାପୁଟ ଜିଲ୍ଲାର ୬୭ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ
ଜୟପୁର, ୦୧ ନଭେମ୍ବର (ହି.ସ.) - ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଅବସରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନରେ କୋରାପୁଟ ଜିଲ୍ଲାର ୬୭ ଜଣ ସେବକ, ସେବିକା ତଥା ଜନଜାତି ଭାଷା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଆଜି ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଏଥିସହିତ ରାଜ୍ୟସ୍ତରରେ ମଧ୍ୟ
ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ କୋରାପୁଟ ଜିଲ୍ଲାର ୬୭ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ


ଜୟପୁର, ୦୧ ନଭେମ୍ବର (ହି.ସ.) - ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଅବସରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନରେ କୋରାପୁଟ ଜିଲ୍ଲାର ୬୭ ଜଣ ସେବକ, ସେବିକା ତଥା ଜନଜାତି ଭାଷା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଆଜି ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଏଥିସହିତ ରାଜ୍ୟସ୍ତରରେ ମଧ୍ୟ ୫୫ ଜଣଙ୍କୁ ନିଯୁକ୍ତି ମିଳିଛି।

କୋରାପୁଟସ୍ଥିତ ସଦ୍ଭାବନା ସଭାଗୃହଠାରେ ଆୟୋଜିତ ଏହି ନିଯୁକ୍ତିପତ୍ର ବିତରଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା ଉପସ୍ଥିତ ରହି ନବନିଯୁକ୍ତ କର୍ମଚାରୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଏସ୍ଡିସି ଉପାଧ୍ୟକ୍ଷା ସୁକାନ୍ତି ମାଝୀ, ପିଏ ଆଇଟିଡିଏ, କୋରାପୁଟ ସ୍ନେହପ୍ରଭା ମାଝୀ ଏବଂ ଏଡିଡବ୍ଲୁଓ, କୋରାପୁଟ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ନିଯୁକ୍ତି ଦ୍ୱାରା ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଶିକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ମାତୃଭାଷା ଆଧାରିତ ଶିକ୍ଷାଦାନକୁ ବିଶେଷ ପ୍ରୋତ୍ସାହନ ମିଳିବ। ବିଶେଷକରି ଜନଜାତି ଛାତ୍ରଛାତ୍ରୀମାନେ ନିଜ ମାତୃଭାଷାରେ ଶିକ୍ଷାଲାଭ କରିବାର ସୁଯୋଗ ପାଇବା ସହ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଦିଗରେ ଏହା ସହାୟକ ହେବ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande