
ଭୁବନେଶ୍ୱର, 01 ନଭେମ୍ବର (ହି.ସ.)- ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଆଜି ନଅଗାଁ(ଖ) ସ୍ଥିତ ବିଜେପି
କାର୍ଯ୍ୟାଳୟ ଠାରେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରୁ ଆସିଥିବା ଜନସାଧାରଣଙ୍କ
ଅଭିଯୋଗ ଶୁଣିଛି। ସେମାନଙ୍କ ଅଭିଯୋଗର ଯଥାଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ସହ
ଆବଶ୍ୟକୀୟ ପଦକ୍ଷେପ ନିମନ୍ତେ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା