
ଭୁବନେଶ୍ୱର, 01 ନଭେମ୍ବର (ହି.ସ.)- ଭଞ୍ଜନଗରରେ ଭୂସ୍ଖଳନ ଘଟି ଗାଁ ନିଶ୍ଚିହ୍ନ ହୋଇଯିବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବରେ
ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଭୂସ୍ଖଳନ ଘଟି ଗାଁ ନିଶ୍ଚିହ୍ନ ହୋଇଯିବା ସହ ଅନେକ ନିଖୋଜ ଥିବା
ବିଷୟରେ ଜାଣି ମୁଁ ଚିନ୍ତିତ ଓ ଦୁଃଖିତ। ଲୋକମାନଙ୍କ ତ୍ୱରିତ ସୁରକ୍ଷିତ ଉଦ୍ଧାର ପାଇଁ ସରକାର
ସମସ୍ତ ପଦକ୍ଷେପ ସୁନିଶ୍ଚିତ କରନ୍ତୁ। ଏପରି ଅସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର
ଗଭୀର ସମବେଦନା ଜଣାଇବା ସହ ସମସ୍ତଙ୍କ ସୁରକ୍ଷିତ ଉଦ୍ଧାର କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା