ଖପ୍ରାଖୋଲ ଥାନା ଗୋଟିଏ ରାତିରେ ଦୁଇ ନାବାଳକଙ୍କ ସମେତ ୨୨ ଜଣ ଶ୍ରମିକଙ୍କୁ ଉଦ୍ଧାର : ୪ ଜଣ ଦାଦନ ଦଲାଲଙ୍କୁ ଗିରଫ
ବଲାଙ୍ଗୀର, ୧୩ ନଭେମ୍ବର(ହି.ସ.) – ବେଆଇନ ଦାଦନ ଚାଲାଣ ବିରୋଧରେ ଖପ୍ରାଖୋଲ ପୋଲିସକୁ ବଡ଼ ସଫଳତା ମିଳିଛି। ଗୋଟିଏ ରାତିରେ ଦୁଇ ନାବାଳକଙ୍କ ସମେତ ୨୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ୪ ଜଣ ଦାଦନ ଦଲାଲଙ୍କୁ ଗିରଫ କରିଛି ପୋଲିସ। ଏହି ଘଟଣାରେ ଗୋଟିଏ ବୋଲେରୋ ଓ ଗୋଟିଏ ପିକ୍ଅପ୍ ଗାଡ଼ି ଜବତ ହୋଇଛି। ପ
ଖପ୍ରାଖୋଲ ଥାନା ଗୋଟିଏ ରାତିରେ ଦୁଇ ନାବାଳକଙ୍କ ସମେତ ୨୨ ଜଣ ଶ୍ରମିକଙ୍କୁ ଉଦ୍ଧାର : ୪ ଜଣ ଦାଦନ ଦଲାଲଙ୍କୁ ଗିରଫ


ବଲାଙ୍ଗୀର, ୧୩ ନଭେମ୍ବର(ହି.ସ.) – ବେଆଇନ ଦାଦନ ଚାଲାଣ ବିରୋଧରେ ଖପ୍ରାଖୋଲ ପୋଲିସକୁ ବଡ଼ ସଫଳତା ମିଳିଛି। ଗୋଟିଏ ରାତିରେ ଦୁଇ ନାବାଳକଙ୍କ ସମେତ ୨୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ୪ ଜଣ ଦାଦନ ଦଲାଲଙ୍କୁ ଗିରଫ କରିଛି ପୋଲିସ। ଏହି ଘଟଣାରେ ଗୋଟିଏ ବୋଲେରୋ ଓ ଗୋଟିଏ ପିକ୍ଅପ୍ ଗାଡ଼ି ଜବତ ହୋଇଛି। ପ୍ରଥମ ଘଟଣାରେ ଏସ୍ଆଇ ଲିଙ୍ଗରାଜ କିଷାନଙ୍କ ନେତୃତ୍ୱରେ ପୋଲିସ ଟିମ୍ ବଡ଼ ଗୁର୍ଜିଭଟା ବ୍ରିଜ୍ ନିକଟରେ ଏକ ବୋଲେରୋ ଅଟକାଇ ଯାଂଚ କରିଥିଲା। ଯାଂଚରୁ ଶ୍ରମିକମାନଙ୍କୁ ତେଲେଙ୍ଗାନାର ହାଇଦ୍ରାବାଦସ୍ଥିତ ଇଟାଭାଟିକୁ ନିଆଯାଉଥିବା ଜଣାପଡ଼ିଥିଲା। ଏହି ଘଟଣାରେ ଜଣେ ଦଲାଲ ଗିରଫ ହୋଇଥିଲେ। ସେହିପରି ଏଏସ୍ଆଇ ରବୀନ୍ଦ୍ର କୁମ୍ଭାରଙ୍କ ନେତୃତ୍ୱରେ ଧଣ୍ଡାମୁଣ୍ଡା ହାଇସ୍କୁଲ ଛକ ନିକଟରେ ଏକ ପିକ୍ଅପ୍ ଗାଡ଼ିରୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ଆନ୍ଧ୍ରପ୍ରଦେଶର ବିଜୟନଗରମ ଅଂଚଳକୁ ନିଆଯାଉଥିବା ବେଳେ ଏହି ଘଟଣାରେ ଆଉ ତିନି ଜଣ ଦଲାଲ ଗିରଫ ହୋଇଥିଲେ। ଏନେଇ ଖପ୍ରାଖୋଲ ଥାନାରେ କେସ୍ ନଂ ୨୩୯/୨୦୨୬ ଓ ୨୪୦/୨୦୨୬ରେ ଦୁଇଟି ମାମଲା ରୁଜୁ ହୋଇଛି। ଗିରଫ ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏନେଇ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି। ନାବାଳକଙ୍କ ସମେତ ୨୨ ଶ୍ରମିକଙ୍କୁ ବେଆଇନ ଚାଲାଣରୁ ରକ୍ଷା କରିବାରେ ପୋଲିସର ଏହି ତତ୍ପରତା ପ୍ରଶଂସନୀୟ। ତେବେ ଦାଦନ ଚାଲାଣର ମୂଳ ନେଟୱର୍କକୁ ଠାବ କରି ନିର୍ମୂଳ କରିବା ଏବେ ଗୁରୁତ୍ୱପୂର୍ଣ୍ଣ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande