ଓଡ଼ିଶାର ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଯୁବତୀ ସମ୍ମିଳନୀ କରିବ ଏବିଭିପି
ଭୁବନେଶ୍ୱର,୧୩ ନଭେମ୍ବର (ହି.ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପ୍ରଦେଶ ତରଫରୁ ରାଜ୍ୟସ୍ତରୀୟ ଛାତ୍ରନେତା ସମ୍ମିଳନୀ ବରମୁଣ୍ଡା ପଡିଆ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ସମସ୍ତ ସାଂଗଠନିକ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଯୁବତୀ ସମ୍ମିଳନୀ ଆ
abvp


ଭୁବନେଶ୍ୱର,୧୩ ନଭେମ୍ବର (ହି.ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପ୍ରଦେଶ ତରଫରୁ ରାଜ୍ୟସ୍ତରୀୟ ଛାତ୍ରନେତା ସମ୍ମିଳନୀ ବରମୁଣ୍ଡା ପଡିଆ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ସମସ୍ତ ସାଂଗଠନିକ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଯୁବତୀ ସମ୍ମିଳନୀ ଆୟୋଜନ କରିବା ପାଇଁ ନିଷ୍ପତି ହୋଇଅଛି ।ନାରୀ ନେତୃତ୍ୱ ର ବିକାଶ ଓ ସଙ୍ଗଠନରେ ନାରୀ ମାନଙ୍କର ସହଭାଗିତା ବଢ଼ାଇବା ଉଦ୍ଦେଶ୍ୟରେ ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ବହନ କରିବ ବୋଲି ରାଜ୍ୟ ସମ୍ପାଦିକା ସୁଶ୍ରୀ ଡିପ୍ତିମୟୀ ପ୍ରତିହାରୀ ଉଲ୍ଲେଖ କରିଛନ୍ତି । ଓଡ଼ିଶାର ୬୦୦ ରୁ ଉର୍ଦ୍ଧ୍ୱ କ୍ୟାମ୍ପସରେ ଆଗାମୀ ଦିନରେ ଶାଖା ଗଠନ ପାଇଁ ମଧ୍ୟ ଏବିଭିପି ଯୋଜନା କରିଅଛି ।

ଏଥିସହିତ ଆଗାମୀ ଦିନରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ( ଜନଜାତି ଗୌରବ ଦିବସ) ଓ ବିରାଙ୍ଗନ। ରାଣୀ ଲକ୍ଷ୍ମୀବାଈ ଙ୍କ ଜୟନ୍ତି ତଥା ସ୍ତ୍ରୀ ଶକ୍ତି ଦିବସ ଅବସରରେ ଅନେକ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଏବିଭିପି ତରଫରୁ ଧାର୍ଯ୍ୟ କରାଯାଇଛି ।ବାବାସାହେବ ଆମ୍ବେଦକରଙ୍କ ପୁନ୍ୟତିଥି ତଥା ସମରସତ୍ତା ଦିବସ ଅବସରରେ ମଧ୍ୟ ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ର ଲକ୍ଷ ରହିଛି । ସଙ୍ଗଠନରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏହି ସବୁ କାର୍ଯ୍ୟକ୍ରମ ଦ୍ୱାରା ଏକ ରାଷ୍ଟ୍ରବାଦୀ ବିଚାର ସହିତ ମହାପୁରୁଷ ମାନଙ୍କର ଜୀବନରୁ ଅନୁପ୍ରାଣିତ ହୋଇ ରାଷ୍ଟ୍ର ପାଈଁ କାର୍ଯ୍ୟ କରିବାରେ ଏହା ସହାୟକ ହେବ ବୋଲି ରାଜ୍ୟ ସମ୍ପାଦିକା ସୁଶ୍ରୀ ଦିପ୍ତିମାୟୀ ପ୍ରତିହାରୀ ପରିପ୍ରକାଶ କରିଛନ୍ତି ।

ଏହି ପ୍ରେସ ବାର୍ତା ରେ ରାଜ୍ୟ ସମ୍ପାଦିକା ସୁଶ୍ରୀ ଦିପ୍ତିମୟୀ ପ୍ରତିହାରୀ ,ମହାନଗର ସମ୍ପାଦକ ଗଙ୍ଗାଧର ପାଢ଼ୀ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରତିକାନ୍ତ ବାରିକ ,ଉତ୍କଳ ଆଇନ ବିଶ୍ୱବିଦ୍ୟାଳୟର ସଭାପତି ସୋହମ୍ ଅଗ୍ରୱାଲ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ନେତ୍ରୀ ସଙ୍ଗୀତା ଧଳ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande