ଲୋକଭବନରେ ରାଜ୍ୟପାଳ ବ୍ରଜ ମୋହନ ରାମଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନୌସେନା ମୁଖ୍ୟ ଆଡମିରାଲ କୃଷ୍ଣ ସ୍ୱାମୀନାଥନ
ଭୁବନେଶ୍ୱର, ୧୩ ନଭେମ୍ବର(ହି.ସ) : ଭାରତୀୟ ନୌସେନାର ମୁଖ୍ୟ ଆଡମିରାଲ କୃଷ୍ଣ ସ୍ୱାମୀନାଥନ, ପିଭିଏସ୍ଏମ୍, ଏଭିଏସ୍ଏମ୍ ଏବଂ ଭିଏସ୍ଏମ୍ ଆଜି ଲୋକଭବନଠାରେ ରାଜ୍ୟପାଳ ବ୍ରଜ ମୋହନ ରାମଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ସାମୁଦ୍ରିକ
ନୌସେନା


ଭୁବନେଶ୍ୱର, ୧୩

ନଭେମ୍ବର(ହି.ସ) : ଭାରତୀୟ ନୌସେନାର ମୁଖ୍ୟ ଆଡମିରାଲ କୃଷ୍ଣ ସ୍ୱାମୀନାଥନ, ପିଭିଏସ୍ଏମ୍, ଏଭିଏସ୍ଏମ୍

ଏବଂ ଭିଏସ୍ଏମ୍ ଆଜି ଲୋକଭବନଠାରେ ରାଜ୍ୟପାଳ ବ୍ରଜ ମୋହନ ରାମଙ୍କୁ ସୌଜନ୍ୟମୂଳକ ସାକ୍ଷାତ

କରିଛନ୍ତି।

ଏହି ସାକ୍ଷାତ ସମୟରେ

ସାମୁଦ୍ରିକ ସୁରକ୍ଷା, ଜାତୀୟ ସ୍ୱାର୍ଥର ସୁରକ୍ଷାରେ ଭାରତୀୟ ନୌସେନାର ଗୁରୁତ୍ୱପୂର୍ଣ୍ଣ

ଭୂମିକା, ଅବସରପ୍ରାପ୍ତ

ନୌସେନା କର୍ମଚାରୀଙ୍କ କଲ୍ୟାଣ, ଯୁବପିଢ଼ିଙ୍କୁ ନୌସେନା ପ୍ରତି ଆକର୍ଷିତ ଓ ପ୍ରେରିତ କରିବା ପାଇଁ

ଗ୍ରହଣ କରାଯାଉଥିବା ପଦକ୍ଷେପ ଏବଂ ରାଷ୍ଟ୍ର ନିର୍ମାଣରେ ନୌସେନାର ବ୍ୟାପକ ଅବଦାନ ଭଳି ପ୍ରମୁଖ

ବିଷୟ ଉପରେ ଆଲୋଚନା ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande