
ଝାରସୁଗୁଡା, ୧୩ ନଭେମ୍ବର (ହି.ସ.)- ସଞ୍ଚୟ ପକ୍ଷ ପାଳନ ଉପଲକ୍ଷେ ଆଜି ଝାରସୁଗୁଡା ଜିଲ୍ଲା ପ୍ରଶାସନ ଅଧିନସ୍ଥ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଆନୁକୁଲ୍ୟରେ ଏକାତାଲି ବାଳିକା ପ୍ରାଥମିକ ବିଦ୍ୟାଳୟ ପରିସରରେ ସୁକନ୍ୟା ସମୃଦ୍ଧି ଯୋଜନାକୁ ଲୋକାଭିମୁଖୀ କରିବା ନିମନ୍ତେ ଏକ ସ୍ଵତନ୍ତ୍ର ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସୁମନା ପଣ୍ଡା ସଭାରେ ଉପସ୍ଥିତ ଥିବା ଅଭିଭାବକ ମାନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲୁଭେଶ୍ଵରୀ ପଟେଲ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସଞ୍ଚୟ ଓ ଆର୍ଥିକ ସେବା ବିଭାଗର କର୍ମଚାରୀ ହେମକାନ୍ତ ବାଗ ଏବଂ ଜଗନ୍ନାଥ ରାଉତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ