ବ୍ରହ୍ମବରଦାରେ ପ୍ରସିଦ୍ଧବୋଇତ ବନ୍ଦାଣ ଉତ୍ସବ ନେଇ ପ୍ରସ୍ତୁତି ବୈଠକ
ଧର୍ମଶାଳା, ୧୩ ନଭେମ୍ବର (ହି.ସ.)- ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଢିଅସାହି ଗ୍ରାମର ସ୍ୱେଚ୍ଛାସେବୀ ସଂଗଠନ ଉତ୍କଳ ଗୌରବ ସେବା ସଂସଦର ୨୭ତମ ବାର୍ଷିକ ଉତ୍ସବ ଓ ପବିତ୍ର ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବ । ଏନେଇ ସେବା ସଂସଦର କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ସଂସଦର ସଭାପତି
ବ୍ରହ୍ମବରଦାରେ ପ୍ରସିଦ୍ଧବୋଇତ ବନ୍ଦାଣ’ଅନୁଷ୍ଠିତ ହେବା ନେଇ ପ୍ରସ୍ତୁତି ବୈଠକ


ଧର୍ମଶାଳା, ୧୩ ନଭେମ୍ବର (ହି.ସ.)- ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଢିଅସାହି ଗ୍ରାମର ସ୍ୱେଚ୍ଛାସେବୀ ସଂଗଠନ ଉତ୍କଳ ଗୌରବ ସେବା ସଂସଦର ୨୭ତମ ବାର୍ଷିକ ଉତ୍ସବ ଓ ପବିତ୍ର ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବ । ଏନେଇ ସେବା ସଂସଦର କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ସଂସଦର ସଭାପତି ଜିତେନ୍ଦ୍ର ପ୍ରସାଦ ସାହୁଙ୍କ ତତ୍ୱାବଧାନରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ୨୪ତାରିଖ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ବୋଇତ ବନ୍ଦାଣ ପର୍ବ କିପରି ସୂଚାରୁ ରୂପେ ପାଳନ ହେବ ସେ ନେଇ ସବିଶେଷ ଆଲୋଚନା କରା ଯାଇଥିଲା । ଉକ୍ତ ଦିବସରେ ଅତିଥି ଭାବେ ଓଡିଆ ଚଳଚିତ୍ର ଅଭିନେତ୍ରୀ ଭୂମିକା ଦାସ, ସୁନାମଧନ୍ୟ ବ୍ୟଙ୍ଗ କବି ଜ୍ଞାନ ହୋତା ଓ ବିଶିଷ୍ଟ ନାଟ୍ୟକାର ଅରୁଣ ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ପ୍ରଭୁ ରାଧା- କୃଷ୍ଣଙ୍କ ମୃଣ୍ମୟୀ ପ୍ରତିମାର ପୂଜାକାର୍ଯ୍ୟ ସମ୍ପାଦନ, ସାଂସ୍କୃତିକ କାର୍ଯ୍ୟକ୍ରମ, ମୀନା ବଜାର ଓ ଭସାଣି ମହୋତ୍ସବ କିପରି ଶାନ୍ତି ଶୃଙ୍ଖଳା ସହ ସମାପନ ହେବ ସେନେଇ ସଂସଦର ସଭ୍ୟ ମାନଙ୍କ ସହ ଆଲୋଚନା କରାଯାଇ ବିଭିନ୍ନ ବିଭାଗ ବଂଟନ କରାଯାଇଥିଲା ।

ବୈଠକରେ ସଂସଦର ପୂବର୍ତନ ସଭାପତି ପ୍ରଦୀପ ଦାସ ଓ ବରିଷ୍ଠ ଉପଦେଷ୍ଟା ରାକେଶ ଦେଓଙ୍କ ସମେତ ସଂସଦର ସମସ୍ତ କର୍ମକର୍ତା ଓ ସଭ୍ୟ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande