କୁଲଗାମରେ ସିଆରପିଏଫ୍ ପୋଷ୍ଟ ଉପରେ ଆକ୍ରମଣ ପରେ ଅନେକ ସନ୍ଦିଗ୍ଧ ଅଟକ
ଶ୍ରୀନଗର, ୧୩ ନଭେମ୍ବର (ହି.ସ.)। କୁଲଗାମରେ ହୋଇଥିବା ଆକ୍ରମଣ ପରେ ପଚରାଉଚରା ପାଇଁ ଅନେକ ସନ୍ଦିଗ୍ଧଙ୍କୁ ହେପାଜତକୁ ନିଆଯାଇଛି। ସୁରକ୍ଷା ବାହିନୀ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ଲଗାଯିବା ସହ ବଖ୍ତରବନ୍ଦ ଗାଡ଼ି ମୁତୟନ କରାଯାଇଛି। ସୁରକ୍ଷା ଯାଞ୍ଚ କେନ୍ଦ୍ରଗୁଡ଼ିକରେ ଯାନବାହନର କ
କୁଲଗାମରେ ସିଆରପିଏଫ୍ ପୋଷ୍ଟ ଉପରେ ଆକ୍ରମଣ ପରେ ଅନେକ ସନ୍ଦିଗ୍ଧ ଅଟକ


ଶ୍ରୀନଗର, ୧୩ ନଭେମ୍ବର (ହି.ସ.)। କୁଲଗାମରେ ହୋଇଥିବା ଆକ୍ରମଣ ପରେ ପଚରାଉଚରା ପାଇଁ ଅନେକ ସନ୍ଦିଗ୍ଧଙ୍କୁ ହେପାଜତକୁ ନିଆଯାଇଛି। ସୁରକ୍ଷା ବାହିନୀ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ଲଗାଯିବା ସହ ବଖ୍ତରବନ୍ଦ ଗାଡ଼ି ମୁତୟନ କରାଯାଇଛି। ସୁରକ୍ଷା ଯାଞ୍ଚ କେନ୍ଦ୍ରଗୁଡ଼ିକରେ ଯାନବାହନର କଡ଼ା ଯାଞ୍ଚ ଓ ତଲାସୀ କରାଯାଉଛି। ଏଥିସହ ସମଗ୍ର ଅଞ୍ଚଳ ଉପରେ କଡ଼ା ନଜର ରଖାଯାଇଛି। ଉପତ୍ୟକାର ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଶ୍ରୀନଗର ସହର ଏବଂ କାଶ୍ମୀରର ଅନ୍ୟ ଜିଲ୍ଲାଗୁଡ଼ିକରେ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ ଯାନବାହନର ଆକସ୍ମିକ ଯାଞ୍ଚ କରାଯାଇଛି।

ଦକ୍ଷିଣ କାଶ୍ମୀର ଜିଲ୍ଲାରେ ବୁଧବାର ଆତଙ୍କବାଦୀମାନେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ (ସିଆର୍ପିଏଫ୍)ର ଏକ ପୋଷ୍ଟ ଉପରେ ଗୁଳି ଚଳାଇଥିଲେ। ଆକ୍ରମଣର ତୁରନ୍ତ ପରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ଅଞ୍ଚଳରେ ବ୍ୟାପକ ଘେରାବନ୍ଦୀ ଓ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଶୁକ୍ରବାର ତୃତୀୟ ଦିନରେ ମଧ୍ୟ ଏହି ତଲାସୀ ଅଭିଯାନ ଜାରି ରହିଥିଲା।

ଅଧିକାରୀମାନେ କହିଛନ୍ତି ଯେ, ଏହି ଅଭିଯାନରେ ସୁରକ୍ଷା ଏଜେନ୍ସିଗୁଡ଼ିକ ମାନବୀୟ ଗୁଇନ୍ଦା ସୂଚନା ସହ ବୈଷୟିକ ଗୁଇନ୍ଦା ସୂଚନାର ମଧ୍ୟ ଉପଯୋଗ କରୁଛନ୍ତି। ପଚରାଉଚରା ପାଇଁ ପୁଲିସ ଅନେକ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଛି। ପୁଲିସ ଏବଂ ଅନ୍ୟ ସୁରକ୍ଷା ଏଜେନ୍ସିର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande