ବେଙ୍ଗାଲୁରୁ ମେଟ୍ରୋ ନେଟ୍ୱାର୍କ ୧୦୦ କିଲୋମିଟର ଅତିକ୍ରମ କଲା
ପିଙ୍କ୍ ଲାଇନ୍ର ସମ୍ପ୍ରସାରିତ ଅଂଶକୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ ବାଙ୍ଗାଲୋର, ୧୩ ନଭେମ୍ବର(ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯେକୌଣସି ଦେଶର ବିକାଶ ଯାତ୍ରାରେ ଭିତିଭୂମି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଉନ୍ନତ ସଂଯୋଗୀକରଣ ବିକାଶ, ନିଯୁକ୍ତି ଏବଂ
ବେଙ୍ଗାଲୁରୁ ମେଟ୍ରୋ ନେଟ୍ୱାର୍କ ୧୦୦ କିଲୋମିଟର ଅତିକ୍ରମ କଲା


ପିଙ୍କ୍ ଲାଇନ୍ର ସମ୍ପ୍ରସାରିତ ଅଂଶକୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ

ବାଙ୍ଗାଲୋର, ୧୩ ନଭେମ୍ବର(ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯେକୌଣସି ଦେଶର ବିକାଶ ଯାତ୍ରାରେ ଭିତିଭୂମି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଉନ୍ନତ ସଂଯୋଗୀକରଣ ବିକାଶ, ନିଯୁକ୍ତି ଏବଂ ଶିଳ୍ପ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଥାଏ। ଯେତେବେଳେ ଏହି ସୁଯୋଗର ଲାଭ ସମାଜର ପ୍ରତ୍ୟେକ ବର୍ଗଙ୍କ ନିକଟରେ ପହଂଚିବ, ସେତେବେଳେ ଦାରିଦ୍ର୍ୟ ବିରୋଧରେ ଲଢ଼େଇ ମଧ୍ୟ ସୁଦୃଢ଼ ହେବ। ଏହି କାରଣରୁ ବିଗତ କିଛି ବର୍ଷ ମଧ୍ୟରେ ଦେଶର ପାଖାପାଖି ୫୦ କୋଟି ନାଗରିକ ଘୋର ଦାରିଦ୍ର୍ୟରୁ ବାହାରିଛନ୍ତି।

ଶୁକ୍ରବାର ଦିନ ବେଙ୍ଗାଲୁରୁର କାଲେନା ଅଗ୍ରହାରାରୁ ତାୱାରେକେରେ ପର୍ଯ୍ୟନ୍ତ ନାମ୍ମା ମେଟ୍ରୋର ପିଙ୍କ୍ ଲାଇନ୍ର ସମ୍ପ୍ରସାରିତ ଅଂଶକୁ ଉଦ୍ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଏହି ସମ୍ପ୍ରସାରଣ ସହିତ, ବେଙ୍ଗାଲୁରୁର ମେଟ୍ରୋ ନେଟୱାର୍କ ୧୦୦ କିଲୋମିଟର ଅତିକ୍ରମ କରିଛି। ଦିଲ୍ଲୀ-ଏନ୍ସିଆର୍ ଏବଂ ମୁମ୍ବାଇ ପରେ ଏହି ସଫଳତା ହାସଲ କରିବାରେ ଦେଶର ତୃତୀୟ ସହର ହୋଇପାରିଛି।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଏହି ସଫଳତା କେବଳ ପରିବହନ ପ୍ରକଳ୍ପର ସମ୍ପ୍ରସାରଣ ନୁହେଁ, ବରଂ ସହରବାସୀଙ୍କ ଜୀବନକୁ ସହଜ କରିବା ଏବଂ ସହରାଂଚଳର ଯାତାୟାତକୁ ସୁଗମ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ସେ କହିଥିଲେ ଯେ କିଛିଦିନ ପୂର୍ବରୁ କର୍ଣ୍ଣାଟକକୁ ରାଜ୍ୟର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ମିଳିଥିଲା ଏବଂ ଏବେ ଗୋଆକୁ ସଂଯୋଗ କରୁଥିବା ବନ୍ଦେ ଭାରତ ଟ୍ରେନ୍ର ସୁବିଧା ମଧ୍ୟ ପ୍ରଦାନ କରାଯାଇଛି। ଚିପ୍ ନିର୍ମାଣ ଠାରୁ ଆରମ୍ଭ କରି ଜାହାଜ ନିର୍ମାଣ ଏବଂ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ(ଏ.ଆଇ.), ଡାଟା ସେଂଟର ଏବଂ କ୍ୱାଂଟମ୍ କମ୍ପ୍ୟୁଟିଂ ଭଳି ଅତ୍ୟାଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱ ନେତୃତ୍ୱ ହାସଲ କରିବା ଲକ୍ଷ୍ୟରେ ଭାରତ ଆଗକୁ ବଢ଼ୁଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande