ମୟୂରଭଞ୍ଜର ଆଗୁଆଡ ଠାରେ ଆୟୋଜିତ ଜାତୀୟ ବାନ୍ଦନା ପରବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୩ ନଭେମ୍ବର (ହି.ସ.)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ମୟୂରଭଞ୍ଜର ଆଗୁଆଡ ଠାରେ ଆୟୋଜିତ ଜାତୀୟ ବାନ୍ଦନା ପରବ – ୨୦୨୬''ରେ ଯୋଗଦେଇଛନ୍ତି। ଏହି ଅବସରରେ ସେ କୁଡୁମୀ ସମାଜର ମାଆ, ଭାଇ ଓ ଭଉଣୀମାନଙ୍କ ସହ ଭାବ ବିନିମୟ କରିଥିଲେ। ପ୍ରକୃତି, ମାଟି ଓ ଗୋଧନ ପ୍ରତି ସମର୍ପିତ ଏହ
tdhftyk


ଭୁବନେଶ୍ୱର,୧୩ ନଭେମ୍ବର (ହି.ସ.)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ମୟୂରଭଞ୍ଜର ଆଗୁଆଡ ଠାରେ ଆୟୋଜିତ ଜାତୀୟ ବାନ୍ଦନା ପରବ – ୨୦୨୬'ରେ ଯୋଗଦେଇଛନ୍ତି। ଏହି ଅବସରରେ ସେ କୁଡୁମୀ ସମାଜର ମାଆ, ଭାଇ ଓ ଭଉଣୀମାନଙ୍କ ସହ ଭାବ ବିନିମୟ କରିଥିଲେ।

ପ୍ରକୃତି, ମାଟି ଓ ଗୋଧନ ପ୍ରତି ସମର୍ପିତ ଏହି ମହାନ ପରମ୍ପରା ତଥା ମୟୂରଭଞ୍ଜ ଓ କେନ୍ଦୁଝର ଅଂଚଳରେ ସାନ୍ତାଳ ଓ କୁଡୁମୀ ସମାଜ ମଧ୍ୟରେ ଥିବା ଅତୁଟ ଭାଇଚାରା ଆମ ସମୃଦ୍ଧ ସଂସ୍କୃତିର ଆତ୍ମା। ଭୂମିପୁତ୍ର କୁଡୁମୀ ସମାଜ ନିଜର ଅନନ୍ୟ ଐତିହ୍ୟ ଓ ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ସହ ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ନୂତନ ଶିଖର ଛୁଉଁଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ସବକା ସାଥ, ସବକା ବିକାଶ' ମନ୍ତ୍ରରେ ପ୍ରତ୍ୟେକ ବର୍ଗ ଓ ସମାଜର ସାମଗ୍ରିକ ପ୍ରଗତି ମାଧ୍ୟମରେ ହିଁ ଏକ ବିକଶିତ ଓଡ଼ିଶା' ଗଠନର ସ୍ୱପ୍ନ ସାକାର ହେବ ବୋଲି ମୋର ଦୃଢ଼ ବିଶ୍ୱାସ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande