ଜିଲ୍ଲାପାଳଙ୍କ କିର୍ମିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ
Collector visit Kirmira hospital
ଜିଲ୍ଲାପାଳଙ୍କ କିର୍ମିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ


ପରିସର ମଧ୍ୟରେ ସ୍ୱଚ୍ଛତା ବଜାୟ ରଖିବାକୁ ନିର୍ଦ୍ଦେଶ

ଝାରସୁଗୁଡ଼ା, ୧୩ ନଭେମ୍ବର (ହି.ସ.) ଜିଲ୍ଲାପାଳ କୁଣାଲ ମୋତିରାମ ଚୌହ୍ବାଣ ଆଜି କିର୍ମିରା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଚାନକ ପରିଦର୍ଶନ କରି ସେଠାକାର ସ୍ୱାସ୍ଥ୍ୟସେବା ଓ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ଜିଲ୍ଲାପାଳ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ବିଭିନ୍ନ ପୁରୁଣା ଓ ନୂତନ କୋଠାଗୁଡ଼ିକୁ ବୁଲି ଦେଖିବା ସହ ରୋଗୀମାନଙ୍କୁ ଦିଆଯାଉଥିବା ଚିକିତ୍ସା ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।ପରିଦର୍ଶନ କାଳରେ ଜିଲ୍ଲାପାଳ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଉପଲବ୍ଧ ଥିବା ସ୍ଥାନର ସଠିକ୍ ଏବଂ ସୁଚାରୁ ବିନିଯୋଗ କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ପ୍ରସୂତି ମହିଳାମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବର୍ତ୍ତମାନ କାର୍ଯ୍ୟ କରୁଥିବା ପ୍ରସୂତି କକ୍ଷ କୁ ତୁରନ୍ତ ନୂତନ ଭାବେ ନିର୍ମିତ କୋଠାକୁ ସ୍ଥାନାନ୍ତର କରିବାକୁ ସେ ପରାମର୍ଶ ଦେଇଛନ୍ତି।।ଏହା ସହିତ ଡାକ୍ତରଖାନା ପରିସର ଏବଂ ୱାର୍ଡଗୁଡ଼ିକରେ ସର୍ବଦା ପରିଷ୍କାର ପରିଚ୍ଛନ୍ନତା ଓ ସ୍ୱଚ୍ଛତା ବଜାୟ ରଖିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ରୋଗୀମାନଙ୍କୁ ଉତ୍ତମ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ଭିତ୍ତିଭୂମିର ସଠିକ୍ ରକ୍ଷଣାବେକ୍ଷଣ କରିବାକୁ ସେ ବିଭାଗୀୟ ଅଧିକାରୀ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande