ଆଜି ସକାଳେ ଦିଲ୍ଲୀର ଅନେକ ସ୍ଥାନରେ ବାୟୁର ଗୁଣବତ୍ତା ସୂଚକାଙ୍କ 400 ଅତିକ୍ରମ
ନୂଆଦିଲ୍ଲୀ, ୧୩ ନଭେମ୍ବର (ହି.ସ.)। ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁଁ ଶ୍ୱାସକ୍ରିୟା ସମସ୍ୟା ଆହୁରି ଗମ୍ଭୀର ହୋଇଛି। ଆଜି ସକାଳେ ସହରର ଅନେକ ସ୍ଥାନରେ ବାୟୁ ଏତେ ମାତ୍ରାରେ ବିଷାକ୍ତ ହୋଇପଡ଼ିଥିଲା ଯେ, ଲୋକଙ୍କ ପାଇଁ ନିଃଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା। ଆନନ୍ଦ ବିହାରରେ ବା
दिल्ली के सूरत-ए-हाल पर इंटरनेट मीडिया में वायरल एआई जेनरेटेड इमेज।


ନୂଆଦିଲ୍ଲୀ, ୧୩ ନଭେମ୍ବର (ହି.ସ.)। ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁଁ ଶ୍ୱାସକ୍ରିୟା ସମସ୍ୟା ଆହୁରି ଗମ୍ଭୀର ହୋଇଛି। ଆଜି ସକାଳେ ସହରର ଅନେକ ସ୍ଥାନରେ ବାୟୁ ଏତେ ମାତ୍ରାରେ ବିଷାକ୍ତ ହୋଇପଡ଼ିଥିଲା ଯେ, ଲୋକଙ୍କ ପାଇଁ ନିଃଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା। ଆନନ୍ଦ ବିହାରରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୧୪, ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଆଖପାଖରେ ୪୧୭ ଏବଂ ନେହରୁ ଷ୍ଟାଡିୟମ୍ ନିକଟରେ ଏକ୍ୟୁଆଇ ୩୭୪ ରେକର୍ଡ କରାଯାଇଛି।

ଏହି ସ୍ଥିତି ଜାରି ରହିଲେ ଦିଲ୍ଲୀ ଗ୍ୟାସ୍ ଚାମ୍ବରରେ ପରିଣତ ହେବାକୁ ଆଉ ବେଶୀ ସମୟ ଲାଗିବ ନାହିଁ। ତେବେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ସରକାର ବିଭିନ୍ନ ପଦକ୍ଷେପ ନେଇଥିବା ଦାବି କରିଛନ୍ତି। ଦୀପାବଳି ପରେ ଦିଲ୍ଲୀ-ଏନ୍ସିଆର୍ରେ ପ୍ରଦୂଷଣ ସ୍ତର ବୃଦ୍ଧି ପାଇବା ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି। ବିଶେଷଜ୍ଞଙ୍କ ମତରେ, କେବଳ ପର୍ବପର୍ବାଣୀ ସମୟରେ କଟକଣା ଲଗାଇବା ପରିବର୍ତ୍ତେ ପ୍ରଦୂଷଣର ସ୍ଥାୟୀ କାରଣଗୁଡ଼ିକର ସମାଧାନ ପାଇଁ ବର୍ଷସାରା ପଦକ୍ଷେପ ନେବା ଜରୁରୀ।

ଉଲ୍ଲେଖଯୋଗ୍ୟ, ଦୀପାବଳିର ପରଦିନ ନଭେମ୍ବର ୯ ତାରିଖରେ ଦିଲ୍ଲୀର ସକାଳ ଘନ କୁହୁଡ଼ି ଓ ପ୍ରଦୂଷଣର ଚାଦର ମଧ୍ୟରେ ଆରମ୍ଭ ହୋଇଥିଲା। ସେଦିନ ସକାଳ ୧୦ଟାରେ ରାଜଧାନୀର ଏକ୍ୟୁଆଇ ୩୭୨ ରେକର୍ଡ କରାଯାଇଥିଲା। ଏହା 'ଅତ୍ୟନ୍ତ ଖରାପ' ଶ୍ରେଣୀରେ ଆସୁଛି। ସନ୍ଧ୍ୟା ୭ଟା ସୁଦ୍ଧା ଏହା ହ୍ରାସ ପାଇ ପ୍ରାୟ ୩୩୩ରେ ପହଞ୍ଚିଥିଲା, କିନ୍ତୁ ବାୟୁର ମାନ ଅତ୍ୟନ୍ତ ଖରାପ ରହିଥିଲା।

ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ନେଇ ରାଜନୈତିକ ବିବାଦ ନୂଆ ନୁହେଁ। ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ କପିଲ ମିଶ୍ରା ପଞ୍ଜାବରେ ଦୀପାବଳି ଦିନ ନଡ଼ା ଜଳାଇବା ଘଟଣାରେ ହଠାତ୍ ବୃଦ୍ଧି ଘଟିଥିବା ନେଇ ପ୍ରଶ୍ନ ଉଠାଇଛନ୍ତି। ମିଶ୍ରା ଦାବି କରିଛନ୍ତି ଯେ, ପଞ୍ଜାବର କିଛି ଚାଷୀ ଅଭିଯୋଗ କରିଛନ୍ତି, ସେମାନେ ପରିବାର ସହ ଦୀପାବଳି ପାଳନ କରୁଥିବା ସମୟରେ ସେମାନଙ୍କ ଜମିରେ ଜାଣିଶୁଣି ନିଆଁ ଲଗାଯାଇଥିଲା।

ଅନ୍ୟପକ୍ଷରେ, ଆମ୍ ଆଦମୀ ପାର୍ଟିର ନେତା ସୌରଭ ଭରଦ୍ୱାଜ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ପଞ୍ଜାବରୁ ଦିଲ୍ଲୀ ପର୍ଯ୍ୟନ୍ତ ଧୂଆଁ ପହଞ୍ଚିବାକୁ ଦୁଇରୁ ତିନି ଦିନ ସମୟ ଲାଗିପାରେ। ତେଣୁ ଦୀପାବଳି ରାତିରେ ପଞ୍ଜାବରେ ଜଳାଯାଇଥିବା ନଡ଼ାର ଧୂଆଁ ମାତ୍ର କିଛି ମିନିଟ୍ ମଧ୍ୟରେ ଦିଲ୍ଲୀରେ ପହଞ୍ଚିବା ସମ୍ଭବ ନୁହେଁ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande