ଧାମନଗରରେ ବ୍ଲକରେ ମଧୁବାବୁ ପେନସନ ଯୋଜନାରେ ୩୧୬୩ ନୂତନ ହିତାଧିକାରୀଙ୍କୁ ଭତା ବଂଟନ, ଲୋକଙ୍କ ସରକାର ଜନକଲ୍ୟାଣ ପାଇଁ ପ୍ରତିବଦ୍ଧ- ମନ୍ତ୍ରୀ ସୁରଜ
ଭଦ୍ରକ, ୧୩ ନଭେମ୍ବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ, ଧୂଷୁରୀ ଓ ଧାମନଗର ବିଜ୍ଞାପିତ ଅଂଚଳ ପରିଷଦର ୩୧୬୩ ଜଣ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତା ପ୍ରଦାନ କରା ଯାଇଛି। ଏଥିସହ ଏକୀକୃତ ପେନସନ ପରିଚାଳନା ପୋର୍ଟାଲ , ବନ୍ଧୁ'' ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତା
DHAMNAGAR BLOCK VATA BANTAN


ଭଦ୍ରକ, ୧୩ ନଭେମ୍ବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ, ଧୂଷୁରୀ ଓ ଧାମନଗର ବିଜ୍ଞାପିତ ଅଂଚଳ ପରିଷଦର ୩୧୬୩ ଜଣ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତା ପ୍ରଦାନ କରା ଯାଇଛି। ଏଥିସହ ଏକୀକୃତ ପେନସନ ପରିଚାଳନା ପୋର୍ଟାଲ , ବନ୍ଧୁ' ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଂଟନ କରାଯାଇଛି।ଧାମନଗର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭତା ବଂଟନର ଶୁଭାରମ୍ଭ ଅବସରରେ ଲୋକଙ୍କ ସରକାର ସର୍ବଦା ଜନକଲ୍ୟାଣ କାର୍ଯ୍ୟ ନିମନ୍ତେ ପ୍ରତିବଦ୍ଧତା ଦେଖେଇ ଆସିଛନ୍ତି ବୋଲି କହିଥିଲେ। ଏବଂ ସମାଜର ଅବହେଳିତ ବର୍ଗଙ୍କୁ ସୁବିଧା ସୁଯୋଗ ଦେବା ସରକାରଙ୍କର ପ୍ରାଥମିକତା ହୋଇଥିବାବେଳେ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ବିଧବା, ନିରାଶ୍ରୟ ମଣିଷ ମୁହଁରେ ହସ ଭରିବା ଦିଗରେ ଭତା ଓ ଆବାସ ଯୋଜନା ଅନେକାଂଶରେ ସହାୟ ହେବ ବୋଲି କହିଥିଲେ। ନୂତନ ଭାବେ ଯୋଜନାରେ ସାମିଲ ହୋଇଥିବା ୩୧୬୩ ଜଣ ହିତାଧିକାରୀଙ୍କୁ ଭତା ପ୍ରଦାନ କରାଯିବା ସହ ଯୋଗ୍ୟ ଆବାସ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା।ସେହିପରି ବିଭିନ୍ନ ଘଟଣା ରେ ୬ ଜଣ ଙ୍କ ର ମୃତ୍ୟୁ ହୋଇ ଥିବା ବେଳେ ସେମାନଙ୍କୁ ସେମାନଙ୍କୁ ମଧ୍ୟ ଆର୍ôଥକ ସହାୟତା ପ୍ରଦାନ କରା ଯାଇଥିଲା। ଦୀର୍ଘଦିନ ଧରି ଭତା ଅପେକ୍ଷାରେ ଥିବା ହିତାଧିକାରୀଙ୍କ ମଧ୍ୟରେ ଏହି ଘୋଷଣାକୁ ନେଇ ଖୁସି ପ୍ରକାଶ ପାଇଛି। ତେବେ ଦୀର୍ଘ ଦିନହେବ ଅପେକ୍ଷା ରେ ଥିବା ହିତାଧିକାରୀ ଙ୍କ ମନ୍ ରେ ଖୁସି ଦେଖିବାକୁ ମିଳିଥିଲା। ଏହି କାର୍ଯକ୍ରମ ରେ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ମହାପାତ୍ର ସଂଯୋଜନା କରିଥିବା ବେଳେ ବିଡ଼ିଓ ବନ ବିହାରୀ ଦିନ୍ଧା ସୂଚନା ପ୍ରଦାନ କରିଥିଲେ , ଅନ୍ୟ ମାନଙ୍କ ମଧ୍ୟରେ ତହସିଲିଦାର ଜ୍ଞାନ ରଞ୍ଜନ ସାହୁ, ଏନଏସି ଅଧକ୍ଷ ନିବେଦିତା ଜେନା, ଉପାଧ୍ୟକ୍ଷ ଏମ ଡି ନୁରାନି, ସାଂସଦ ପ୍ରତିନିଧି ମନୋଜ ମଲ୍ଲିକ, ସରୋଜ ମହାପାତ୍ର,ଚର୍ତୃଭୂଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande