
ଗଂଜାମ, 13 ନଭେମ୍ବର (ହି.ସ.) ବଡବଜାର ଥାନା ପୋଲିସ ଏକ ବଡଧରଣର ଡକାୟତି ଯୋଜନାକୁ ପଣ୍ଡ କରିବା ସହ ସେମାନଙ୍କ ଠାରୁ ମାରଣାସ୍ତ ଜବତ କରିଛି ଓ ପାଂଚ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଗେଟ ବଜାର ଓ ଆରଟି କଲୋନିର ଏସ ଭବାନୀ ରେଡି,ପ୍ରବୀଣ କୁମାର ସେଠୀ ,ନକୁଳ ସେଠୀ, ଜଗବଂଧୁ ସାହିର ରାଜେଶ ସେଠୀ ଓ ଖୋଡାସିଂଗିର କାହ୍ନୁଚରଣ ପ୍ରଧାନ । ଏମାନେ ଅଟୋନଗରର ଏକ ନିଛାଟିଆ ସ୍ଥାନରେ ବସି ଡକାୟତି ଯୋଜନା କରୁଥିବା ଓ ବିରୋଧୀ ଗୋଷ୍ଠୀଙ୍କ ଘରେ ପସି ଡକାୟତି ଯୋଜନା କରୁଥିବା ବେଳେ ରାତ୍ରି କାଳିନ ପାଟ୍ରୋଲିଂ ପୁଲିସ ହାତରେ ଧରାପଡ଼ିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ