ଏକିକୃତ ପେନସନ୍ ପରିଚାଳନା ପୋର୍ଟାଲ ଶୁଭାରମ୍ଭ : ମଧୁବାବୁ ପେନସନ ଯୋଜନାରେ ଜମନକିରାରୁ ୧୦୩୧ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ
ଏକିକୃତ ପେନସନ୍ ପରିଚାଳନା ପୋର୍ଟାଲ ଶୁଭାରମ୍ଭ : ମଧୁବାବୁ ପେନସନ ଯୋଜନାରେ ଜମନକିରାରୁ ୧୦୩୧ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ
ରାଜ୍ୟର ୫, ୦୫, ୮୧୭ ଜଣ ନୂତନ ହିତାଧିକାରୀଙ୍କୁ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋ


ରାଜ୍ୟର ୫, ୦୫, ୮୧୭ ଜଣ ନୂତନ ହିତାଧିକାରୀଙ୍କୁ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋ


ସମ୍ବଲପୁର, ୧୩, ନଭେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ପଞ୍ଚାୟତ ସମିତି ପରିସରରେ ଏକିକୃତ ପେନସନ ପରିଚାଳନା ପୋର୍ଟାଲର ଶୁଭାରମ୍ଭ ସହିତ ମଧୁବାବୁ ପେନସନ ଯୋଜନା ଅଧୀନରେ ଜମନକିରା ବ୍ଲକର ସମସ୍ତ ପଞ୍ଚାୟତର ସର୍ବମୋଟ ୧, ୦୩୧ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଏପିଓ ମନୋଜ କୁମାର ଭୋଇ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ତଥା ପାନୀୟ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଜମନକିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବୀନ୍ଦ୍ର କୁମାର ସେଠିଙ୍କ ସଭାପତିତ୍ୱରେ ସାସଂଦ ପ୍ରତିନିଧି ରମେଶ କୁମାର ସାହୁ, ମଣ୍ଡଳ ସଭାପତି ମନୋଜ କୁମାର ମାଝୀ, ଦୁଷ୍ମନ୍ତ ନାୟକ, ସୁନୀଲ ମୁଦୁଲି, ବୀରେନ୍ଦ୍ର ଚୌଧୁରୀ ଅନେକ କର୍ମୀ ଉପସ୍ଥିତ ରହିଥିଲେ l ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ରାଜ୍ୟ ସ୍ତରୀୟ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ବ୍ୟବସ୍ଥା ମଧ୍ୟ ଏଠାରେ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା l ଉପସ୍ଥିତ ଅତିଥିମାନେ ଯୋଜନାର ସମ୍ପର୍କରେ ହିତାଧିକାରୀ ମାନଙ୍କୁ ସଚେତନ କରାଇଥିଲେ l ସରକାରଙ୍କ ନୂତନ ନିଷ୍ପତି କ୍ରମେ ଜଣେ ଯୋଗ୍ୟ ବ୍ୟକ୍ତି, ମହିଳା ବିଡ଼ିଓଙ୍କ କାର୍ଯ୍ୟାଳୟ ତଥା ଅନଲାଇଲ ପୋର୍ଟାଲ ୟୁପିଏମପି ମାଧ୍ୟମରେ ସହଜରେ ଆବେଦନ କରିପାରିବେ । ଆଜିର ଏହି କାର୍ଯ୍ୟକ୍ରମରେ ଜମନକିରା ବ୍ଲକର ବ୍ଲକର ୨୧ ଗୋଟି ପଞ୍ଚାୟତରୁ ଶହ ଶହ ହିତାଧିକାରୀ ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିବାବେଳେ କାର୍ଯ୍ୟକ୍ରମ ଶେଷରେ ମନ୍ତ୍ରୀ ଏବଂ ଅତିଥିମାନଙ୍କ ଦ୍ୱାରା ନୂତନ ହିତାଧିକାରୀମାନଙ୍କୁ ଭତ୍ତା ପତ୍ର ବଣ୍ଟନ କରାଯାଇଥିଲା l

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande