ଲଇକେରାରେ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମେଳା
Fisheries-Livestock-Fair -Laikera
ଲଇକେରାରେ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମେଳା


ଝାରସୁଗୁଡ଼ା, ୧୩ ନଭେମ୍ବର (ହି.ସ.)- ଲଇକେରା ଠାରେ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମେଳା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇ ମେଳାକୁ ଉଦଘାଟନ କରିବା ସହ ମତ୍ସ୍ୟ ଚାଷ ଏବଂ ପ୍ରାଣୀପାଳନ ମାଧ୍ୟମରେ ଗ୍ରାମାଞ୍ଚଳର ଅର୍ଥନୀତିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ ସବସିଡି ର ଲାଭ ଉଠାଇ ଚାଷୀମାନେ ଆତ୍ମନିର୍ଭରଶୀଳ ହେବାକୁ ସେ ଆହ୍ୱାନ ଦେଇଥିଲେ। ଉକ୍ତ ମେଳାରେ ସମ୍ମାନିତ ଅତିଥି ଭାବେ ଝାରସୁଗୁଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳାବତୀ ମିଞ୍ଜ୍, ଲଇକେରା ପଞ୍ଚାୟତ ସମିତି ଅଧ୍ୟକ୍ଷ ସଞ୍ଜିବ୍ କୁମାର ନାଏକ, ଲଇକେରା ଜିଲ୍ଲା ପରିଷଦ ସଭ୍ୟା ଅଞ୍ଜୁକ୍ତା ବେହେରା ଏବଂ ଲଇକେରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜର୍ଜ ଡୁଙ୍ଗଡୁଙ୍ଗ ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିସହ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଡା. ଅରବିନ୍ଦ ବେହେରା, ସମ୍ବଲପୁର ଜୋନ୍ ର ମତ୍ସ୍ୟ ବିଭାଗ ଉପ ନିର୍ଦ୍ଦେଶକ ଜ୍ଞାନରଞ୍ଜନ ସାମଲ ଏବଂ ଲଇକେରା ବ୍ଲକ୍ ପ୍ରାଣୀଚିକିତ୍ସା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର ଯୋଗଦେଇ ଆଧୁନିକ ପ୍ରଣାଳୀରେ ମତ୍ସ୍ୟ ଓ ପଶୁପାଳନ ସମ୍ପର୍କରେ ଚାଷୀମାନଙ୍କୁ ଦିଗଦର୍ଶନ ଦେଇଥିଲେ।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦୂତିଆ ଓରାମ, କୁଳମଣି କିଶାନ, କାର୍ତ୍ତିକ ବେହେରା, ପଙ୍କଜ ବେହେରା, ସାଗର କୁଆ, ଦିନେଶ ବେହେରା, ଅଜୟ ଅଗ୍ରୱାଲ, ପ୍ରଦୀପ ପ୍ରଧାନ, ରୋହିତ୍ କିଷାନ୍, ନିଶିକାନ୍ତ ପଟେଲ, ମନମୋହନ କଂଶରାଲି ଏବଂ ରାମୁ ରଞ୍ଜନ ମିଶ୍ରଙ୍କ ସମେତ ଅଞ୍ଚଳର ବହୁ ଅଗ୍ରଣୀ ଚାଷୀ, ଜନପ୍ରତିନିଧି ଓ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହି ମେଳାକୁ ସଫଳ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande