
ମାଲକାନଗିରି, ୧୩ ନଭେମ୍ବର (ହି.ସ.)- କୁଡୁମୁଲୁଗୁମ୍ମାର ଭୈରବୀ ଷ୍ଟାଡିୟମରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ତରୁଣ କୁମାର ମଲ୍ଲିକ, ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ସୁଧାଂଶୁ କୁମାର ମଲ୍ଲିକ ଓ କୁଡୁମୁଲୁଗୁମ୍ମା ତହସିଲଦାର କ୍ରିଷ୍ଣ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଚିନ୍ମୟ ପ୍ରସାଦ ସାହୁ ଓ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସୁଜିତ୍ କୁମାର ଦାଶ ପରିଚାଳନା କରିଥିଲେ । ପ୍ରଥମେ ସମସ୍ତ ଅତିଥି ମାନେ ଜଗତର ନାଥ ଜଗନ୍ନାଥଙ୍କ ମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଦ୍ୱିପ ପ୍ରଜ୍ବଳନ କରିଥିଲେ ଓ ଏହାପରେ ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରିୟ ପ୍ରଦାନ କରାଯାଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଜିଲ୍ଲା ମୁଖ୍ୟ ଅଧିକାରୀ ଦ୍ୱୟ ନିଜ ନିଜ ଅଭିଭାଷଣରେ ବିଭାଗୀୟ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ ଓ ଏହାପରେ ମୁଖ୍ୟ ଅତିଥି ଶ୍ରୀ ଖିଲ ନିଜ ଉଦବୋଧନରେ କହିଥିଲେ ଯେ, ସେ ହେଉଛନ୍ତି ଖୋଦ ଜଣେ ଚାଷୀ, ସେ ବିଧାୟକ ହେବାପରେ ମଧ୍ୟ ପ୍ରତିଦିନ ସକାଳେ ନିଜ ଜମିକୁ ଯାଆନ୍ତି ଓ ଜଣେ ଚାଷୀ ଭଳି ଚାଷକାର୍ଯ୍ୟ କରନ୍ତି ଏହା ସହିତ ସେ ମାଛ ଚାଷ ସହିତ ଗୋପାଳନ ଓ ଛେଳିଚାଷ କରିବାକୁ ମନ ବଳାଇଛନ୍ତି ବୋଲି ସ୍ପଷ୍ଟ କରିବା ସହିତ ସମସ୍ତଙ୍କୁ ଗୋପାଳନ, ଛେଳି, କୁକୁଡା, ମେଣ୍ଢା, ବତକ, ଘୁଷୁରୀ ଓ ମତ୍ସ୍ୟଚାଷ ଭଳି ଅତିରିକ୍ତ ଉପାଦେୟ ଓ ଲାଭବାନ ଚାଷ କରିବା ପାଇଁ ପ୍ରେରଣା ଦେଇଥିଲେ । ଏହାପରେ ବିଭିନ୍ନ ସଫଳ ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଚାଷୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା, ସେମାନଙ୍କ ମଧ୍ୟରୁ ଟନେଲକ୍ୟାମ୍ପ ର ମା' ଭୁବନେଶ୍ୱରୀ ଏସ ଏଚ ଜି ଓ ଆର ଏସ ସି ୨ ର ଜୟ ଜଗନ୍ନାଥ ସ୍ୱୟଂ ସହାୟିକ ଗୋଷ୍ଠୀ ୧୨୦୦୦୦/- ପ୍ରକଳ୍ପ ରାଶି ପ୍ରଦାନ କରାଯାଇଥିଲା, ଅନ୍ୟ ସଫଳ ଚାଷୀ ଯଥା - ଗୈରୀ ମଜୁମଦାର, ସୋନାଲୀ ଗୁଡିଆ, ଉମୁଡି ବାଲରାଜୁ ରାଓ, ମାନସ ରଞ୍ଜନ ରଥ, ଦିନେଶ ଗୁଡିଆ, ଶାନ୍ତି ବାଛାର, ଗଙ୍ଗାଧର ପାଙ୍ଗି, ଗୋବର୍ଦ୍ଧନ ଖରା, ଅଜିତ୍ କୁମାର ଖିଲ ପ୍ରମୁଖ ପୁରସ୍କୃତ ହୋଇଥିଲେ । ପରିଶେଷରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସା°ସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ଆଜିର କାର୍ଯ୍ୟକ୍ରମକୁ ଡା. ବିଭୁ ନାୟକ, ଡା. ବିପଦ ତାରଣ ବିଶ୍ୱାଳ, ଡା. ସୁଦାମ ଚନ୍ଦ୍ର ସାହୁ, ଡା. ଶିଖାରାଣୀ ସାହୁ, ଡା. ବିକାଶ ଚନ୍ଦ୍ର ସରଦାର, ଡା. ଅଭିନାଷ ମାଝୀ, ଡା. ଆକାଶ କୁମାର ଦାସ, ଚକ୍ରଧର ଦାସ ଓ କୃତ୍ତିବାସ ପଲେଇ ପ୍ରମୁଖ ସଫଳତାର ସହ ଆୟୋଜନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ