
ଝାରସୁଗୁଡ଼ା, ୧୩ ନଭେମ୍ବର (ହି.ସ.)- ଝାରସୁଗୁଡ଼ା ସହରସ୍ଥିତ ସରକାରୀ ହାଇସ୍କୁଲ ପଞ୍ଚପଡ଼ାରେ ଶୁକ୍ରବାର ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ମେଳାକୁ ପ୍ରଧାନ ଶିକ୍ଷୟତ୍ରୀ ପୂର୍ଣ୍ଣମିତା ନାଏକ ଶୁଭାରମ୍ଭ କରିଥିଲେ l ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରକାର ଖାଦ୍ୟର ଦୋକାନ ଖୋଲିଥିଲେ l ଏଥିରେ ବହୁ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ଯୋଗଦେଇଥିଲେ l
ବିଦ୍ୟାଳୟର ଶିକ୍ଷୟତ୍ରୀ ସୁନନ୍ଦା ଚୌଧୁରୀ, ସ୍ନେହଲତା ପଟେଲ,ଜୟନ୍ତୀ ନାଥ, ପଙ୍କଜିନୀ ପଟେଲ, ମିନତି ଚୌଧୁରୀ, ଫଗୁଣି ନାଏକ, ପ୍ରମୀତା ପଟେଲ, ଅପର୍ଣ୍ଣା ସେଟ, ଶିକ୍ଷକ ଆଲୋକ ପଟେଲ, କୁଶ ଭୁଏ ପ୍ରମୁଖ ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ